ଅଧା ଚିକିତ୍ସା ପରେ ଡିସଚାର୍ଜ, ପରିବାର ଲୋକଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଧା ଚିକିତ୍ସା କରି ମେଡିକାଲ ବେଡ୍ ରୁ ବାହାର କରିଦେଲେ । ଫଳରେ ନିରାଶ୍ରୟ ହୋଇ ପରିବାର ଲୋକେ ନାଗାବଳୀ ନଦୀରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଜଣେ ସମାଜସେବୀଙ୍କ ଉଦ୍ୟମ ପରେ ପୁଣିଥରେ ରୋଗିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଶୀପୁର ବ୍ଲକ କାନ୍ନୁଗୁଡା ଗ୍ରାମର ଶଙ୍କର ମାଝୀଙ୍କ ୧୬ ବର୍ଷର ଝିଅ ପଦ୍ମାବତୀ ମାଝୀ ପ୍ଲେଟଲେଟ୍ କମିଯିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୧୬ ତାରିଖ ଦିନ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ସିବିସି ରକ୍ତ ପରୀକ୍ଷା କରାଯାଇଥିଲା । ତେବେ ରିପୋର୍ଟ ନଦେଖି ମେଡିସିନ୍ ୱାର୍ଡର କର୍ମଚାରୀ ମାନେ ପଦ୍ମାବତୀକୁ ଡିସଚାର୍ଜ କରିଦେଇଥିଲେ ବୋଲି ।

ଏନେଇ ବାପା ଶଙ୍କର ମାଝୀ ପ୍ରଶ୍ନ କରିବାରୁ ତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ସହ ଏଇଟା ମେଡିକାଲ ଗୋଟେ ଲର୍ଜ ନୁହଁ ବୋଲି କହିବା ସହ ବେଡ୍ ତୁରନ୍ତ ଛାଡିବାକୁ କହିଥିଲେ । ପରେ ଶଙ୍କର ନିରାଶ ହୋଇ ମାନସିକ ଚାପରେ ନାଗାବଳୀ ନଦୀରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସମାଜସେବୀ ବଳରାମ ପଣ୍ଡା ଖବର ପାଇଁ ତାଙ୍କୁ ତୁରନ୍ତ ଉଦ୍ଦାର କରିବା ସହ ପୁଣି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲ ୱାର୍ଡର ଦାୟିତ୍ବରେ ଥିବା ଜଣେ ଇନଚାର୍ଜ ତାଙ୍କ ରିପୋର୍ଟ ଦେଖି ପୁନିର୍ବାର ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଜଣେ ରକ୍ତହୀନ ରୋଗିଙ୍କୁ ଚିକିତ୍ସା ଦେବା ପରିବର୍ତ୍ତେ କିପରି ଡିସଚାର୍ଜ କରାଗଲା ବୋଲି ବୁଦ୍ଦିଜୀବୀ ମାନେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *