ପ୍ରେମ ବିବାହ କରି ଫସିଗଲେ ମହିଳା, ନ୍ୟାୟ ପାଇଁ ଏସପିଙ୍କୁ ଗୁହାରି

ଭଲ ପାଇ ବିବାହ ଓ ପରେ ପ୍ରତାରଣା ହୋଇଥିବା ନେଇ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ମହାକାଳପଡା ବ୍ଲକ ବରକନ୍ଧା ପଞ୍ଚାୟତ ତେନ୍ତୁଳିକନ୍ଧା ଗାଁର ଦୀପକ ପ୍ରଧାନଙ୍କ ସହ ପୀଡିତା ମାନି ସାମଲଙ୍କ ମଧ୍ୟରେ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସଂପର୍କ ରହିଥିଲା । ୨୦୨୩ରେ କୁଜଙ୍ଗ କୋର୍ଟରେ ବିବାହ ପରେ ଚାରି ବର୍ଷ ଧରି ଉବୟ ତାମିଲନାଡୁରେ ରହିଥିଲେ । ଏହି ସମୟରେ ଭ୍ରୁଣ ହତ୍ୟା ବି କରିବାକୁ ପଛେଇ ନଥିଲେ ଦୀପକ।ଏପରିକି ସୁନା ହାର, ମୁଦି, ଚେନ ଓ ପ୍ରାୟ ଛଅ ଲକ୍ଷ ଟଙ୍କା ଲୁଟି ନେଇ ଦୀପକ ଫେରାର ହୋଇଯାଇଥିବା ନେଇ ମାନି ଅଭିଯୋଗ କରିଛନ୍ତି । ଏନେଇ ମହାକାଳପଡ଼ା ଥାନାରୁ ନ୍ୟାୟ ନମିଳିବାରୁ ପିଡୀତା ମାନି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଦୀପକଙ୍କ ଘର ଆଗରେ ଭୋକ ଉପାସରେ ଧାରଣାରେ ବସିବେ ଏବଂ ଏହା ପରେ ଯଦି କିଛି ସୁଫଳ ନମିଳିଲା ତେବେ ସେଠାରେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ମାନି ।

Leave a Reply

Your email address will not be published. Required fields are marked *