କଟକ ଜିଲ୍ଲାବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ନୂଆ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପୁଣି ଭିଡ ହିଂସାର ଶିକାର ହେଲେ ଦୁଇ ଯୁବକ । ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଛି ।ତେବେ ଖବର ପାଇ ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ବନ୍ଧା ହୋଇଥିବା ଦୁଇ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ପୁରା ଘଟଣାର ତଦନ୍ତ ଚଳାଇଛି….।

ତେବେ ବାଲିଅନ୍ତା, ରାୟଗଡା କଲ୍ୟାଣସିଂପୁର ପରି ବିଭିନ୍ନ ଅଞ୍ଚଳରେ ବାରମ୍ବାର ଏଭଳି ଭିଡ ହିଂସା ଘଟୁଥିବା ବେଳେ ପୋଲିସର ସଠିକ ତଦନ୍ତ ତଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନପାରିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସାଧାରଣ ଲୋକେ ଆଇନକୁ ହାତକୁ ନେବାକୁ ପଛାଉ ନହାନ୍ତି ବୋଲି ଅଭିଯୋଗ ହୋଇଛି
