ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁନା କିଣିବାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଇଗଲାଣି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪, ୪୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୫୬୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪, ୪୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୧,୫୬୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୪, ୪୩୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୪୧,୫୬୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୫,୯୯୦ ଟଙ୍କା ଓ ୨୨ କ୍ୟାରଟେ ୧,୪୩,୦୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୪, ୪୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୧,୫୬୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରଟେ ମୂଲ୍ୟ ୧,୫୪, ୪୩୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୪୧,୫୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୦,୦୦୦ ଟଙ୍କା ହୋଇଛି ।
