ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ରକୁ ବଢୁଛି ବିପଦ: ସାବଧାନ ରହିବାକୁ ସତର୍କ

ଆଜି ଅବପାତ ରୂପ ନେଇପାରେ ଲଘୁଚାପ ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ | ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଅନୁକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଆଜି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ସିଷ୍ଟମ୍‌ଟି ଆହୁରି ଶକ୍ତିଶାଳୀ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତର ରୂପ ନେଇପାରେ।

ଆଜି ସକାଳୁ ସାମାନ୍ୟ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘାଛନ ରହିଛି । ଅନେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଏଭଳି ପାଗ ଉପକୂଳିଆଙ୍କ ମନରେ ଛନକା ପୁରାଇଛି ବାତ୍ୟା । ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଏପଟେ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ ।

ଆସନ୍ତା କାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା । ୨୩ ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି । ପ୍ରଭାବରରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷିବ । ୨୩ରୁ ବଢ଼ିବ ବର୍ଷା ପରିମାଣ । ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା। ସମୁଦ୍ର ଅଶାନ୍ତ ରହୁଥିବାରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଆସନ୍ତାକାଲିଠୁ ୨୪ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି।ଗୋପାଳପୁର ଶ୍ରିକାକୂଲମରେ ପଡିଛି ପ୍ରଭାବ ।

Leave a Reply

Your email address will not be published. Required fields are marked *