ଲଘୁଚାପର ସାଂପ୍ରତିକ ସ୍ଥିତିକୁ ନେଇ IMD ଡିଜିଙ୍କ ସୂଚନା । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ହେବା ନେଇ ସମ୍ଭାବନା ରହିଛି । ୨୩ ସନ୍ଧ୍ୟା କିମ୍ବା ୨୪ ସକାଳ ସୁଦ୍ଧା ଉପକୂଳ ଅତିକ୍ରମ କରିବ ଅର୍ଣ୍ଣବ । IMD ଡିଜିଙ୍କ କହିବା ଅନୁସାରେ ବାତ୍ୟାର ସମ୍ଭାବନା ନାହିଁ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ଏହା କେନ୍ଦ୍ରୀଭୂତ ହେବ । ଏବେ ସମୁଦ୍ର ଅଶାନ୍ତ ରହିଛି ।

୨୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମଦ୍ର ଯିବାକୁ ବାରଣ କରାଯାଇଛି । ଅର୍ଣ୍ଣବ ଉପକୂଳ ଅତିକ୍ରମ ସମୟରେ ପ୍ରବଳ ବର୍ଷାର ସମ୍ଭାବନା । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ୫୫ରୁ ୬୦ କିମି ବେଗରେ ପବନ ବହିବ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି ।
