ଲଘୁଚାପ ବର୍ଷା: ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟି

ଦୁଇ ଦିନ ବନ୍ଦ ରହିବ କଳିଙ୍ଗା ଘାଟି। ଆସନ୍ତା ୨୩ ଓ ୨୪ ତାରିଖ ଦିନ ବନ୍ଦ ରହିବ କଳିଙ୍ଗା ଘାଟି। ଲଘୁଚାପ ବର୍ଷା ସମ୍ଭାବନାକୁ ନେଇ ୨୩ରୁ ୨୪ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ। ବର୍ଷା ରେଡ୍ ଆଲର୍ଟରୁ ଭୂସ୍ଖଳନ ଆଶଙ୍କା ଥିବାରୁ ଗଂଜାମ ଜିଲ୍ଲାରୁ କନ୍ଧମାଳକୁ କଳିଙ୍ଗା ଘାଟି ଦେଇ ବନ୍ଦ ରହିବ ଯାତାୟାତ। ବିକଳ୍ପ ରାସ୍ତା ଦେଇ ଯାତାୟାତ ଜାରି ରହିବା ନେଇ ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେପଟେ ଗଂଜାମ ଚିକିଟି ଓ ପାତ୍ରପୁର ଅଂଚଳରେ ମଧ୍ୟ ଭୂସ୍ଖଳନର ଆଶଙ୍କା ରହିଛି। ଉଭୟ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖାଯାଇଛି। କନ୍ଧମାଳ ଜିଲ୍ଲାପାଳଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ। ଗତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ କଳିଙ୍ଗା ଘାଟିରେ ମାଟି ଧସିଥିଲା। ରାସ୍ତାକୁ ସଫା କରିବାକୁ ଦେଢ ମାସ ସମୟ ଲାଗିଥିଲା।

ଦେଢ଼ ମାସ ପର୍ଯ୍ୟନ୍ତ ଘାଟିରେ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିଲା। ଏବେ ମଧ୍ୟ ସେହି ରାସ୍ତାକୁ ପୂର୍ବଭଳି ଚଉଡ଼ା କରାଯାଇପାରିନାହିଁ। କାମଚଳା ଭାବେ ପ୍ରାୟ ୧୫ ଫୁଟ ଚଉଡ଼ା ରାସ୍ତା କରାଯାଇଛି। ଭୂସ୍ଖଳନ ହୋଇଥିବା ପାହାଡ଼ରେ ଏବେ ମଧ୍ୟ ବଡ଼ ବଡ଼ ପଥର ଲଟକି ରହିଛି। ପୁଣି ବଡ ବର୍ଷା ହେଲେ ବଡ଼ ବଡ଼ ପଥର ପୁଣି ଖସିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *