ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ବର୍ତ୍ତମାନ ଲୋକଙ୍କ ଧ୍ୟାନ ରହୁନି । ଯାହାକି ଲୋକଙ୍କ ଜୀବନଶୈଳୀ ଉପରେ ବେଶ ପ୍ରଭାବ ପକାଇଛି । ଅନେକ ସମୟରେ ଲୋକଙ୍କ ଖାଦ୍ୟପେୟ ପ୍ରତି ଅନିର୍ଦ୍ଧିଷ୍ଟତା କାରଣ ପାଇଁ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଅନେକ ଲୋକ ଏଭଳି ସ୍ଥିତିରୁ ବାହାରିବା ପାଇଁ ଉପାୟ ଖୋଜିଥାଆନ୍ତି । ଯେମିତି ବିନା ସାଇଡ୍ ଇଫେକ୍ଟରେ ଏବଂ ସହଜରେ ସେହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ପଇଡ଼ ପାଣି ଏପରି ଏକ ହର୍ବାଲ ଡ୍ରିଙ୍କ୍ସ ଯାହାକୁ ଆୟୁର୍ବେଦ ଅନୁସାରେ ମହଷୌଧି ଭାବେ ବିବେଚନା କରାଯାଏ । ପଇଡ଼ ପାଣି ପ୍ରାକୃତିକ ଗୁଣରେ ଭରପୁର ହୋଇଥିବାରୁ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ପଇଡ଼ ପାଣିରେ ଅନେକ ପୋଷକ ତତ୍ତ୍ବ ଥାଏ । ଏଥିରେ ସୋଡିୟମ୍,ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ । । ଡିହାଇଡ୍ରେସନ୍ ଭଳି ସମସ୍ୟା ପାଇଁ ପଇଡ଼ ପାଣି ଉତ୍ତମ । ଆମ ସ୍ବାସ୍ଥ୍ୟ ପାଇଁ ପଇଡ ପାଣି ଏବଂ ନାଳି ଉପକାରୀ ହୋଇଥାଏ । ଏଥିରେ ଭିଟାମିନ୍ ସି, ଇ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଫସଫରସ୍ ପରି ପୁଷ୍ଟିକର ଖାଦ୍ୟ ଥାଏ ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

ହାର୍ଟ ସୁସ୍ଥ ରଖିଥାଏ : ହାର୍ଟ ସୁସ୍ଥ ରଖିବା ପାଇଁ ନଡିଆ ନାଳି ବହୁତ ପ୍ରଭାବଶାଳୀ ହୋଇଥାଏ । ନାଳି ନଡ଼ିଆରେ ସାଚୁରେଟେଡ ଫ୍ୟାଟ ରହିଥାଏ । ଯାହା ହାର୍ଟ ପାଇଁ ବହୁତ ଫଳପ୍ରଦ ହୋଇଥାଏ । କାରଣ ଏହି ଫ୍ୟାଟ ଭଲ କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ ଓ ଖରାପ କୋଲେଷ୍ଟ୍ରୋଲକୁ କମାଇଥାଏ ।
ଗର୍ଭବତୀଙ୍କ ପାଇଁ ଲାଭଦାୟକ : ନଡ଼ିଆ ନାଳିରେ ଥିବା ଫାଇବର, ପୋଟାସିୟମ୍, ଆଇରନ୍ ଏବଂ ସୁସ୍ଥ ଚର୍ବି ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । ନଡିଆ ନାଳି ଖାଇବା ଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ସମସ୍ତ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଭଲ ବିକଳ୍ପ ।
ଓଜନ ହ୍ରାସ କରେ : ନଡ଼ିଆ ନାଳି ଖାଇଵା ଦ୍ଵାରା ମୋଟାପଣ କମିଯାଏ । ନଡ଼ିଆ ନାଳିରେ ଅଧିକ ପରିମାଣରେ ଚର୍ବି ଥାଏ । କିନ୍ତୁ ଏଥିରେ ସୁସ୍ଥ ଚର୍ବି ଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରା ରଖେ । ଫଳରେ ଆପଣଙ୍କୁ ଶୀଘ୍ର ଭୋକିଲା ଅନୁଭବ ହେବାକୁ ଦେଇନଥାଏ ଏବଂ ଓଜନ କମ୍ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।
