ସକାଳୁ ପିଅନ୍ତୁ ଏହି ପାଣି, ଅନେକ ରୋଗ ହେଇଯିବ ହୋଇଯିବ ଦୂର

ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ, ଲୌହ ଓ ଫସଫରସ ଭଳି ଫାଇଦାଯୁକ୍ତ ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ରାତିରୁ ୨ ରୁ ୩ଟି ଭେଣ୍ଡିକୁ କାଟି ଗୋଟେ ଗ୍ଲାସ୍ ପାଣିରେ ପକାଇ ଦିଅନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ, ପିଇବା ଦ୍ୱାରା ଆପଣଙ୍କର କେଶ ଝଡିବା, ପେଟ ଜନିତ ସମସ୍ୟା, କେଶ ପାଚିବା ଭଳି ସମସ୍ୟାକୁ ଦୂର କରିଥାଏ । ଏହି ପାଣି ପିଇବା ଦ୍ୱାରା କୋଷ୍ଠକାଠିନତ୍ୟ ମଧ୍ୟ ଦୂର ହୋଇଥାଏ । ଏହା ଶରୀରର ପାଚନ କ୍ରିୟା କରିବାରେ ସାହାଯ୍ୟ କରିଥାଏ । କେଶକୁ ଅଧିକ ସମୟ ପର୍ଯ୍ୟନ୍ତ କଳା ଏବଂ ଘନ ରଖିବାକୁ ଚାହୁଁଥିଲେ ଭେଣ୍ଡି ପାଣି ପିଇବା ବେଶ ଲାଭକାରୀ ହୋଇଥାଏ । ଏହି ପାଣିରେ ଲେମ୍ବୁ ରସ ମିଶାଇ କେଶ ଧୋଇବା ଦ୍ୱାରା କେଶ ଝଡିବା କମ୍‌ ହୋଇଥାଏ ।

ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭେଣ୍ଡି ଆପଣଙ୍କ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ । ଏହି ପାଣି ମଧ୍ୟ ଡାଇବେଟିସ ରୋଗୀଙ୍କ ଉପଯୋଗୀ । ଭେଣ୍ଡି କିପରି ଓଜନ ହ୍ରାସ ଏବଂ ହାର୍ଟ ଜନିତ ସମସ୍ୟା ଦୂର କରେ ତାହେଲେ ଆସନ୍ତୁ ଜାଣିବା । ଭେଣ୍ଡିରେ ଭଲ ପରିମାଣର ଫାଇବର ମିଳିଥାଏ । ଯେଉଁଥିପାଇଁ ଅନେକ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ହୋଇ ରହିଥାଏ । ଭେଣ୍ଡିରେ ଫାଇବର ଥିବାରୁ ଓଜନ କମ୍‌ କରିବାରେ ସହାୟକ କରିଥାଏ । ଭେଣ୍ଡି ପାଣି ପିଇବା ଦ୍ବାରା ପେଟ ଜନିତ ସମସ୍ୟାରୁ ବହୁ ପରିମାଣରେ ଆରାମ ମିଳିଥାଏ । ଯାହା ଆମ ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରିଦେଇଥାଏ ।

ଭେଣ୍ଡି ପାଣିରେ ଥିବା ଫାଇବର ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ କମ୍‌ କରିଥାଏ । ଏହାଦ୍ୱାରା ହାର୍ଟଆଟାକ୍‌ ହେବାର ଆଶଙ୍କା କମ୍‌ ରହିଥାଏ । ଭେଣ୍ଡି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ କୋଲେଷ୍ଟ୍ରୋଲରୁ ନିୟନ୍ତ୍ରଣରେ ରଖି ହାର୍ଟକୁ ସୁସ୍ଥ ରଖିଥାଏ । ଏତିକି ନୁହେଁ ବରଂ ଭେଣ୍ଡିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।ଏଥିରେ ଥିବା ଫାଇବର ଏବଂ ପଲିଫେନୋଲ ଗ୍ଲୁକୋଜର ପରିମାଣକୁ ହ୍ରାସ କରି ଡାଇବେଟିସଠାରୁ ଦୂରରେ ରଖିଥାଏ । ଏହା ବ୍ୟତୀତ ଏଥିରେ ଥିବା ଫାଇବର ପାଚନ କ୍ରିୟାରେ ସୁଧାର ଆଣିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତ କରିଥାଏ । ଯାହା ପେଟ ଫୁଲିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *