ନୂଆ ମଡେଲ ଲଞ୍ଚ କରିବ OnePlus

OnePlus ଘୋଷଣା କରିଛି ଏହାର Turbo 6 ସିରିଜ୍ ଖୁବ୍ ଶୀଘ୍ର ଚୀନ୍‌ରେ ଲଞ୍ଚ ହେବ । ଏହି ଲାଇନଅପ୍‌ରେ ଦୁଇଟି ମଡେଲ୍ ସାମିଲ ହେଉଛି । ଯାହା ହେଉଛି OnePlus Turbo 6 ଏବଂ OnePlus Turbo 6V । ଯେଉଁଥିରେ ଏକ ଭଲ କ୍ୟାମେରା ଡିଜାଇନ୍ ରହିଛି । OnePlus Turbo 6 ସ୍ନାପଡ୍ରାଗନ୍ 8 Gen 4 ଚିପସେଟ୍ ଦ୍ୱାରା ପରିଚାଳିତ ହେବ। ଏକ ପୋଷ୍ଟରେ, OnePlus ଘୋଷଣା କରିଛି OnePlus Turbo 6 ସିରିଜ୍ ଜାନୁଆରୀ 8ରେ ସମୟ ସନ୍ଧ୍ୟା 7 ଟାରେ ଚୀନରେ ଲଞ୍ଚ ହେବ । ଏକ ଲାଇଭ୍ ଇଭେଣ୍ଟ ସମୟରେ, କମ୍ପାନୀ ଆଗାମୀ OnePlus ହ୍ୟାଣ୍ଡସେଟ୍‌ଗୁଡ଼ିକର ଡିଜାଇନ୍ ଏବଂ ସ୍ପେପିଫିକେସନ ମଧ୍ୟ ପ୍ରକାଶ କରିଛି । ଏଥିସହ ଏକ ପୋଷ୍ଟ ମାଧ୍ୟମରେ ଫୋଟୋ ଏବଂ ଡିଟେଲ ପ୍ରକାଶ କରାଯାଇଛି । ଉଭୟ ଫୋନର ଡିଜାଇନ୍ ପ୍ରାୟ ସମାନ । OnePlus Turbo 6 ଏବଂ Turbo 6V ର ଵ୍ୟାକ ସାଇଡରେ ଏକ କ୍ୟାମେରା ପ୍ୟାନେଲ୍ ରହିଛି, ଯେଉଁଥିରେ ଡୁଆଲ୍ କ୍ୟାମେରା ସିଷ୍ଟମ୍ ଏବଂ ଏକ LED ଫ୍ଲାସ୍ ରହିଛି । OnePlus Turbo 6 ବ୍ଳାକ, ସିଲଭର ଏବଂ ଫିରୋଜା ରଙ୍ଗରେ ଦେଖାଯାଇଥିବା ବେଳେ Turbo 6V ବ୍ଳାକ, ସିଲଭର କଲରରେ ଉପଲବ୍ଧ ହେବ । କ୍ୟାମେରା ଦୃଷ୍ଟିରୁ, OnePlus Turbo 6ରେ ଏକ ଡୁଆଲ୍ ରିଅର୍ କ୍ୟାମେରା ସିଷ୍ଟମ୍ ରହିବ, ଯେଉଁଥିରେ ଏକ 50-ମେଗାପିକ୍ସେଲ ପ୍ରାଥମିକ ସେନ୍ସର ଏବଂ ଏକ 8-ମେଗାପିକ୍ସେଲ ଦ୍ୱିତୀୟ ଲେନ୍ସ ରହିବ । ସେଲଫି ଏବଂ ଭିଡିଓ କଲ୍ ପାଇଁ ଏକ 32-ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଉପଲବ୍ଧ ହେବ । OnePlus ଅନୁଯାୟୀ, ବାୟୋମେଟ୍ରିକ୍ ସୁରକ୍ଷା ପାଇଁ ହ୍ୟାଣ୍ଡସେଟରେ ଏକ ଅପ୍ଟିକାଲ୍ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିବ ।

Leave a Reply

Your email address will not be published. Required fields are marked *