ତିର୍ତ୍ତୋଲରେ “ଆମ ପୋଲିସ ସମିତି” ବୈଠକ
ଅଞ୍ଚଳରେ ବଢ଼ୁଥିବା ଅପରାଧ ଓ ନିଶାଦ୍ରବ୍ୟ ବ୍ୟବସାୟକୁ ରୋକିବା ସହ ପୋଲିସ-ପବ୍ଲିକ ସମ୍ପର୍କକୁ ଆଉ ମଜବୁତ କରିବା ଲକ୍ଷ୍ୟରେ ତିର୍ତ୍ତୋଲ ଥାନା ପକ୍ଷରୁ “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଛି। ଆଜି ତିର୍ତ୍ତୋଲ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସିଧାସଳଖ ଭାବବିନିମୟ ହୋଇଥିଲା। ଥାନା ଅଧୀନରେ ଘଟୁଥିବା ବିଭିନ୍ନ ଅପରାଧ, ଚୋରାମଦ, ଗଂଜେଇ ଓ ବ୍ରାଉନସୁଗାର ବ୍ୟବସାୟ ଉପରେ ରୋକ ଲଗାଇବାକୁ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।
ସେଥିପାଇଁ ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ଅବିକଳ ରଖିବାକୁ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟାବଶ୍ୟକ ବୋଲି ପୋଲିସ ଅଧିକାରୀମାନେ ଉଲ୍ଲେଖ କରିଥିଲେ । ସେଥିପାଇଁ ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ଅବିକଳ ରଖିବାକୁ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟାବଶ୍ୟକ ବୋଲି ପୋଲିସ ଅଧିକାରୀମାନେ ଉଲ୍ଲେଖ କରିଥିଲେ ।

ଉପଖଣ୍ଡ ପୋଲିସ ଅଧିକାରୀ ଅଜୟ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଥାନା ଅଧିକାରୀ ବଂଶୀଧର ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ରଘୁନାଥ ଟୁଡୁ, ସହ ଆରକ୍ଷୀ ନିରୀକ୍ଷକ ଜୟଦୀପ ମହାନ୍ତି ଓ ଏଏସଆଇ ଗୁନରାଣୀ ଜେନା ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏହା ସହ ୩୪ଟି ପଞ୍ଚାୟତରୁ ବିଭିନ୍ନ ଲୋକପ୍ରତିନିଧି ଯୋଗଦେଇ ଅଞ୍ଚଳର ସମସ୍ୟା ଉପରେ ମତାମତ ଦେବା ସହ ପୋଲିସ କାର୍ଯ୍ୟକୁ ଆଉ କ୍ଷମତାଶୀଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏପରି ସମନ୍ୱୟ ଓ ସହଯୋଗ ରହିଲେ ଅପରାଧ ନିୟନ୍ତ୍ରଣ ସହ ସମାଜରେ ଶାନ୍ତି ବଜାୟ ରଖିବା ସହଜ ହେବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଛି।
