ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୨ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ପ୍ରସ୍ତାବ ଅନୁମୋଦିତ । ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବରେ ବାଜିଲା ମୋହର । ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ କହିଲେ ମୁଖ୍ୟମନ୍ତ୍ରୀ । ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ ।

କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ମାଗଣା । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବନି । ବର୍ଷକୁ ସରକାରଙ୍କୁ ଏଥିପାଇଁ ୮୯୫ କୋଟି ବହନ କରିବାକୁ ପଡ଼ିବ କହିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୫ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଜୟଦେବ ବିହାର ନନ୍ଦନକାନନ ରୋଡ ୮ଲେନ୍ ହେବ । ଏହି ରାସ୍ତା କାମ ୨ ବର୍ଷରେ ଶେଷ ହେବା ପାଇଁ ଲକ୍ଷ୍ୟ ରହିଛି । ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବା ପ୍ରସ୍ତାବକୁ ବି ମଞ୍ଜୁରୀ । ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଳୁଥିଲା ମଧ୍ୟାହ୍ନ ଭୋଜନ । ବର୍ତ୍ତମାନ ସ୍କୁଲ୍ର ସମସ୍ତ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନର ସୁଯୋଗ । ୫୭ ଲକ୍ଷରୁ ଊର୍ଦ୍ଧ୍ବ ପିଲା ହେବେ ଉପକୃତ ।
