ଛତ୍ରପୁର ଏନଏସି ରେ ଥିବା ପିଲିବନ୍ଧ ଉଦ୍ୟାନ ପାର୍କ ଜରାଜିହ୍ନ ଅବସ୍ଥାରେ

କୋଟି କୋଟି ଟଙ୍କାର ସୈାନ୍ଧର୍ଯ୍ୟ କରଣ ସାମଗ୍ରୀ ପାଣୀରେ ଭାସୁଛି

ଜରାଜିନ ଅବସ୍ତାରେ ଛତ୍ରପୁର ପିଲିବନ୍ଧ ଉଦ୍ୟାନ ପାର୍କ । କୋଟି କୋଟି ଟଙ୍କାର ସୈାନ୍ଦର୍ଯ୍ୟ କରଣ ସାମଗ୍ରୀ ଏବେ ପାଣିରେ ଭାସୁଛି । ଗଂଜାମ ଜିଲ୍ଲା ଛତ୍ରପୁର ସହ ମଧ୍ୟଭାଗରେ  ଥିବା ପିଲିବନ୍ଧ ପାର୍କ ଟି ଏବେ ବନ୍ଧ ପଡିଛି । ପୂର୍ବସରକାର  ଏହି ପାର୍କ ପାଇଁ କୋଟି କୋଟି ଟଙ୍କା ଛତ୍ରପୁର ଏନଏସି କୁ ପ୍ରଦାନ କରିଥିଲେ । ଉକ୍ତ ଟଙ୍କାରେ ପାର୍କର ସୈାନ୍ଧର୍ଯ୍ୟ କରଣ କରାଗଲା କିନ୍ତୁ  ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ମାତ୍ର କିଛି ଦିନ ମଧ୍ୟରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା । ପାର୍କ ଟି କାର୍ଯ୍ୟକ୍ଷମ ଥିବା ସମୟରେ ଛତ୍ରପୁର ଏବଂ ଆଖପାଖ ଅଂଚଳର ଯୁବକ ଯୁବତୀ ଏବଂ ପାରିବାର ଧରି  ଉକ୍ତ ପାର୍କ କୁ ବୁଲିବାକୁ ଆସୁଥିଲେ ।

ପାର୍କଟି ବନ୍ଦ ହୋଇଯିବା ପାରେ ବହୁ ଲୋକ ଆସି ଫେରି ଯାଉଛନ୍ତି ।  ପାର୍କଟି  ସମ୍ପୁର୍ଣ୍ଣ ନଷ୍ଟ ହେବାର କାରଣ ରକ୍ଷଣ ବେକ୍ଷଣ  ଦାୟିତ୍ୱରେ ଥିବା ଛତ୍ରପୁର ଏନଏସିର କର୍ମଚାରୀ ଏବଂ ଠିକାକର୍ମଚାରୀ ମାନେ ଏହାର ଦାୟିତ୍ୱ ନେଲେନାହିଁ ।ଯାହାଫଳରେ ଲକ୍ଷଲକ୍ଷ ଟଙ୍କା ମୂଲ୍ୟବାର ଗଛ ଭଙ୍ଗି ଭାଙ୍ଗିଯାଇଥିବା ସହ ପାର୍କ ଭିତରେ ଥିବା ଓ୍ୟାଟର ବୋଟ ଓ ଓ୍ୟାଟର ଡେନ୍ସଲାଇଟ ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ପାର୍କ ଭିତରେ ଥିବା ଶୈାଚାଳୟ ଭାଙ୍ଗିଯାଇଥିବା ବେଳେ  ବୈାଦ୍ଧମୂର୍ତିରେ ସିୟଳି ଲାଗାଇଯାଇଥିବା ନଜରୁ ଆସିଛି । ତେବେ ଏଠି ବଡ  ପ୍ରଶ୍ନଉଠୁଛି ଛତ୍ରପୁର ଏନଏସି ର ଏପରି କାର୍ଯ୍ୟକୁ ଜିଲା ପ୍ରଶାସନ ସବୁ ଦେଖି ଅଣଦେଖା କଣପାଇଁ । ଏନଏସି ଏପରି କାର୍ଯ୍ୟକୁ ଛତ୍ରପୁର ର କିଛି ବୁଦ୍ଧୀଯିବି ଏହାକୁ ନିନ୍ଧା କରିବାସହ ଏହା ଉପରେ ଦୃଢକା୍‌ର୍ଯ୍ୟନୁଷ୍ଟାନ ନିଆଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *