ବୋରିଗୁମ୍ମା ବ୍ଲକ ମୁଞ୍ଜା ପଞ୍ଚାୟତ ଚୌପାଡ଼ି ଗ୍ରାମର ରାମ ଘୋଷଙ୍କ ୨୩ ବର୍ଷ ବୟସର ପୁଅ ଭଗବାନ ଘୋଷ ତେଲେଙ୍ଗାନା ଦାଦନ ଯାଇ ମାସେ ହେବ ନିଘୋଜ ଅଛନ୍ତି । ଭଗବାନ ଓ ତାଙ୍କ ପିତା ରାମ ଚନ୍ଦ୍ର ଘୋଷ ଚୌପାଡ଼ି ଗ୍ରାମର କିଛି ଲୋକଙ୍କ ସହିତ ତେଲେଙ୍ଗାନାର ରାଜମପେଟ ଅଞ୍ଚଳକୁ ଗ୍ରାମରେ କାମ ଧନ୍ଦା ନ ପାଇ ଶ୍ରମିକ ଭାବରେ ଦାଦନ ଯାଇଥିଲେ । ସେଠାରେ କିଛି ଦିନ କାମ କଲା ପରେ ସେମାନେ ରହିବା ସ୍ଥାନ ରୁ ଭଗବାନ କେଉଁ ଆଡେ ଚାଲିଯାଇଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମିଳି ନ ଥିଲା ଶେଷରେ ରାଜମପେଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏ ନେଇ ଖୋଜା ଖୋଜି କରି ପରିବାର କୁ ଜଣାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । କିନ୍ତୁ ମାସେ ରୁ ଉର୍ଦ୍ଧ ସମୟ ହେବ ନା ପୋଲିସ ତରଫରୁ କିଛି ସୂଚନା ମିଳିଛି ନା ଏମାନଙ୍କୁ ନେଇଥିବା ବ୍ୟକ୍ତିଙ୍କ ପାଖରୁ କିଛି ସୂଚନା ମିଳି ପାରୁ ନାହିଁ ।
ଯୁବକ ଜଣକ ଅଶିକ୍ଷିତ ସରଳିଆ ଆଦିବାସୀ ପେଟ ପାଇଁ ବାହାରକୁ ଯାଇଥିଲା କିନ୍ତୁ ବାଟ ଭୁଲି କେଉଁଆଡେ ଚାଲି ଯାଇଛି ନା କେହି ବ୍ୟକ୍ତି ଅପହରଣ କରି ନେଇ ଯାଇଛି ତାକୁ ନେଇ ସନ୍ଧେହ କରି ବର୍ତ୍ତମାନ ଚିନ୍ତାରେ ଅଛନ୍ତି ତାଙ୍କ ବାପା ରାମ ଘୋଷ । ବାପା ପୁଅଙ୍କ ସହିତ ଯାଇଥିବା ଶ୍ରମିକ ମାନେ ମଧ୍ୟ କାମ ଛାଡି ଗାଁ କୁ ଫେରି ଆସିଲେଣି କିନ୍ତୁ ପୁଅ ଏ ପର୍ଯ୍ୟନ୍ତ ଘର କୁ ଫେରି ପାରୁନାହିଁ ଏ ନେଇ ପୁଅ କୁ ଝୁରି ଝୁରି ବାପାଙ୍କ ଅବସ୍ଥା ମଧ୍ୟ ଖରାପ ହେବାକୁ ଲାଗିଲାଣି । ଭଗବାନ ଘୋଷ ଙ୍କୁ ଖୋଜା ଖୋଜି କରିବା ରେ ପ୍ରଶାସନ ହସ୍ତକ୍ଷେପ କରି ଗାଁ କୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।
