15କିମି ସାଇକେଲ ରେ ବୁହା ହେଲା ମୃତ ଦେହ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମ ରେ ଘର ଛାତ ପକେଇବାକୁ ନେଇ ଜମିବାଡି ବିବାଦ କୁ ନେଇ ଦୁଇ ପରିବାର ମଧ୍ୟ ରେ ଗଣ୍ଡଗୋଳ ହୋଇଥିଲା l ଫଳରେ ଗଣ୍ଡଗୋଳ ରେ ମାନଶ ଜେନା ଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠି ଙ୍କ ପରିବାର ଲୋକ ଙ୍କୁ କଟୁରୀ ରେ ଆକ୍ରମଣ କରିଥିଲେ l ଫଳରେ ଘଟଣା ସ୍ଥଳ ରେ ସୁରେନ୍ଦ୍ର ଙ୍କର ଭଉଣୀ କମଳା ସେଠି ଙ୍କ ମୃତ୍ୟୁ ହୋଇଥିବା ବେଳେ ଶକୁନ୍ତଳା ଗୁରୁତର ଅବସ୍ଥା ରେ ମେଡିକାଲ ରେ ଚିକିତ୍ସା ହେଉଛନ୍ତି l

ଗତ 10ତାରିଖ ରେ କମଳା ଙ୍କର ମୃତ୍ୟୁ ହୋଇଥିବା ବେଳେ ଖଇରା ପୋଲିସ ଜଣ ଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଆକ୍ରମଣ କାରି ଙ୍କୁ ଗିରଫ ଦାବି ରେ ଆଜି କମଳା ଙ୍କର ପରିବାର ଲୋକ ନିଜ ଗାଁ ହରିପୁର ଠାରୁ ଦୀର୍ଘ 15କିମି ରାସ୍ତା ସାଇକେଲ ରେ ମୃତ୍ୟୁ ଦେହ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ l ସାଇକେଲ ରେ ମୃତ ଦେହ ବୁହାଇବା ଘଟଣା ବେସ ହୃଦୟବିଦାରକ ଥିବା ବେଳେ ଖଇରା ପୋଲିସ ରାସ୍ତା କୁ ଯାଇ ମୃତ ଦେହ ଆମ୍ବୁଲାନ୍ସ ରେ ନେବା ପାଇଁ ଅନୁରୋଧ କରିବା ପରେ ପରିବାର ଲୋକ ଜିଦ ରେ ଅଟଳ ଥିଲେ l ନ୍ୟାୟ ଦାବିରେ ଏହି ପ୍ରତିବାଦ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *