ଥାନା ଆଗରେ ଶବ ଶୋଭାଯାତ୍ରା କଲେ ଉତ୍ୟକ୍ତ ଲୋକେ
ଥାନା ଆଗରେ ବାଣ ଫୁଟାଇ ପ୍ରତିବାଦ
ବହୁ ଚର୍ଚ୍ଚିତ ଗୁଲି ଫୁଟାଇ ହାଡ଼ପା ନିଖିଲ ହତ୍ଯାକାଣ୍ଡ ଘଟଣା, ଟାଉନ୍ ଥାନା ଆଗରେ ବାଣ ଫୁଟାଇ ଶବ ଶୋଭାଯାତ୍ରା କଲେ ଉତ୍ୟକ୍ତ ଲୋକେ ଓ ମୃତକଙ୍କ ବାଇକ୍ ପୋଡ଼ି ପ୍ରତିବାଦ କଲେ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରଯାଇଛି, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଚେତାବନୀ ଦେଇଛନ୍ତି ମୃତକଙ୍କ ପିତା ହାଡାପା ଶିବା, ନହେଲେ ବଡ଼ ଧାରଣା ଆନ୍ଦୋଲନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାୟଗଡ ସହରରେ ଶନିବାର ରାତ୍ରରେ ନିଖିଲ ନାମକ ଜଣେ ୧୮ ବର୍ଷିୟ ଯୁବକକୁ କିଛି ଅଜଣା ଦୁର୍ବୁତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ ପରେ ହତ୍ୟା କରିଥିବା ଘଟଣାକୁ ନେଇ ରାୟଗଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦାମାନେ ରବିବାର ପୂର୍ବାହ୍ନରୁ ରାୟଗଡ ଥାନା ଘେରାଉ କରି ପ୍ରତିବାଦ କରିଥିଲା। ଗତକାଲି ରାତିରେ ମରଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ ପୋଲିସ। ଆଜି ଶବ ସତ୍କାର କରିବା ପାଇଁ ନେବାବେଳେ ମୃତକଙ୍କ ପିତା ଏକ ସାମ୍ୱାଦିକ ସମ୍ମିଳନୀ କରି ପୋଲିସ ଉପରେ ବର୍ଷିଛନ୍ତି। ଗତ ଶନିବାର ଦିନ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଥିବା ବେଳେ ଅପହରଣର କେଇ ଘଂଟା ମଧ୍ୟରେ ପରିବାର ଲୋକେ ରାୟଗଡ ଥାନା ଅଧିକାରୀଙ୍କୁ ପୁଅର ଅପହରଣ ଏବଂ ତା’ଜୀବନ ପ୍ରତି ବିପଦ ଥିବା ନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ବାପା ହାଡପା ଶିବା ଓ ତାଙ୍କ ମା’ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ପୋଲିସ ଯଦି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଥାନ୍ତା ତେବେ ମୋ ପୁଅ ଅପହରଣରୁ ବର୍ତି ଯାଇଥାନ୍ତା ଏବଂ ସେ ଜୀବିତ ଥାନ୍ତା ବୋଲି ବାପା ଶିବା କହିଛନ୍ତି ।

ଘଟଣାରେ ଉମେଶ, ସଦାମ ଓ ଅନ୍ୟ ଅଭିଯୁକ୍ତମାନେ ସାମିଲ ଥିବା ନେଇ ବାପା ଶିବା ଗଣମାଧ୍ୟମରେ କହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାର ଟେର ପାଉନାହିଁ ବୋଲି ପୋଲିସର ପରିବା ପଣିଆ ଉପରେ ପ୍ରଶ୍ନ କରିଛନ୍ତି। ଗତ ଶନିବାର ଦିନ ଇନ୍ଦିରା ନଗର ତୃତୀୟ ଗଳିରେ ଅପହରଣ ସ୍ଥାନରେ ନିଖିଲ କୁ ଦୁର୍ବୁତ ମାନେ ଗୁଳି କରି ହତ୍ୟା କରିଥିଲେ। ନାଗାବଳୀ ନଦୀ ପାଠରୁ ଶବକୁ ଜବତ କରିଥିଲା ପୋଲିସ। ଏନେଇ ପୋଲିସର ପ୍ରତିକ୍ରୀୟା ମିଳିପାରିନାହିଁ।
