ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ର ମିଶ୍ରଣ ପର୍ବ

ସରକାରୀ ଦଳ ଛାଡି ବିରୋଧୀ ଦଳ ରେ ଯୋଗଦେଲେ ଶତାଧିକ କର୍ମୀ

ଆଜି ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ସଦର ନିର୍ବାଚନ ମଣ୍ଡଳୀର ଛଅଟି ପଞ୍ଚାୟତର ଶତାଧିକ କର୍ମୀ ବିଜେପି ଛାଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି ।

ସଦର ବ୍ଲକ୍ ର ଶଙ୍କରପୁର, ପର୍ବତିଆ, ରତନପୁର ଭଙ୍ଗାମାଳ ଓ ଗଂଦିଆ ବ୍ଲକ୍ ର ନାଗିଆପଶି, କାଇମାଟି ଓ ବେଲଟିକିରି ପଞ୍ଚାୟତର ଶତାଧିକ ଯୁବ ଗୋଷ୍ଠୀ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବ ବିଜୁ ଜନତା ଦଳ  ସଦର ନିର୍ବାଚନ ମଣ୍ଡଳୀ ପାଇଁ ବେଶ୍ ସହାୟକ ହେବା ସହିତ, ବିଜେପି ଦେଇଥିବା ପ୍ରତିଶ୍ରୁତି ଠିକରେ ପାଳନ କରିନଥିବାରୁ, ଭୋଟ ଦେଇ ପଶ୍ଚାତାପ କରି ଏହି କର୍ମୀ ମାନେ ବିଜେଡି ପ୍ରତି ଭୋଟ କରାଇବାରେ ସଫଳ ହେବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ସାହୁ ପ୍ରକାଶ କରିଛନ୍ତି ।

ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଥିବା ବିଜେପି ପ୍ରତି ବିତସ୍ପୃହ ହୋଇ ବହୁ ଯୁବ ଗୋଷ୍ଠୀ ବିଜେଡିରେ ସାମିଲ ହେବାସହ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ପୈ।ର ନିର୍ବାଚନ ରେ ଏହି ମିଶ୍ରଣ ପର୍ବ ଜୋରଦାର ପ୍ରଭାବ ପକାଇବ ବୋଲି ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ପ୍ରକାଶ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ସାହୁ ଓ ବିଜେଡିର ଯୁବ ନେତା ଅବିନାଶ ସାମଲ ଓ ବିଜୁଜନତା ଦଳର ଛାମୁଆ ନେତା ପ୍ରମୁଖ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ଓ ଭାରତୀୟ ଜନତା ପାର୍ଟିର ବିଫଳତା ବିଷୟରେ କର୍ମୀମାନଙ୍କୁ ଅବଗତ କରିଥିଲେ ।

Leave a Reply

Your email address will not be published. Required fields are marked *