ଦରମା ଓ ଇପିଏଫ୍‌ ଦାବି ନେଇ ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ

ଦୀର୍ଘ ମାସ ହେବ ଦରମା ନମିଳିବା , ଇପିଏଫ୍‌ ଓ ଇଏସ୍‌ଆଇ ଟଙ୍କାରେ ହେରଫେର ଅଭିଯୋଗ ଆଣି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଏଲ୍‌ଏଣ୍ଡ୍‌କେ ସୁରକ୍ଷା ସଂସ୍ଥାର ଶତାଧିକ ସୁରକ୍ଷା କର୍ମୀ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ଡିସେମ୍ବର ମାସରୁ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ। ଏଥିସହ ସେମାନଙ୍କ ଜମା ଖାତାକୁ ଇପିଏଫ୍ ଓ ଇଏସ୍‌ଆଇ ବାବଦ ଅର୍ଥ ମଧ୍ୟ ନିୟମିତ ଭାବେ ଆସୁନାହିଁ।

 ଏ ନେଇ ସଂସ୍ଥାର କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ୱାର ଅଭିଯୋଗ ପରେ ବି ସୁରକ୍ଷକର୍ମୀମାନଙ୍କ ପାରିଶ୍ରମିକ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଘଟଣା ସମ୍ପର୍କରେ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ, ସେ ସୁରକ୍ଷା କର୍ମୀଙ୍କ ଅଭିଯୋଗକୁ ଆଲୋଚନା ମାଧ୍ଯମରେ ସମସ୍ୟାର ସମାଧାନ କରାଯାଇ ସେମାନଙ୍କ ମେ ମାସର ବାକି ଥିବା ଦରମା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ନେଇ କହିଥିଲେ। ମାତ୍ର ଇପିଏଫ୍, ଇଏସ୍‌ଆଇ ଏବଂ ଚାକିରିରୁ ବାହାର କରିଦେବା ଭଳି ଗୁରୁତର ଅଭିଯୋଗ ଉପରେ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ନଦେଇ ସେ ସେଠାରୁ ଖସି ଚାଲିଯାଇଥିଲେ। ଦରମା ଓ ସାମାଜିକ ସୁରକ୍ଷା ଭତ୍ତା ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷା କର୍ମୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *