ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି କୋଭିଡ ଭୟ, କୋଭିଡକୁ ନେଇ ଓଡ଼ିଶାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର: ପୁଣି ଡ଼ରାଇଲାଣି କୋଭିଡ ।  ଆନ୍ଧ୍ରପ୍ରଦେଶରେ ପୁଣି ଦେଖାଦେଇଛି କରୋନା । ଆନ୍ଧ୍ରରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୀମାନ୍ତ ଓଡିଶାରେ ହାଇଆଲର୍ଟ । ରାଜ୍ୟରେ ସବୁବେଳେ କୋଭିଡକୁ ନେଇ ସତର୍କତା ରହିଛି ଏବଂ ସବୁବେଳେ ଟେଷ୍ଟ ହେଉଛି ବୋଲି କହିଛନ୍ତି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆନ୍ଧ୍ର ସୀମାନ୍ତ ଓଡିଶାର ସମସ୍ତ ଜିଲ୍ଲାର CDMଙ୍କୁ କୋଭିଡ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ପରୀକ୍ଷା କରନ୍ତୁ ଏବଂ ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା କରନ୍ତୁ ।

ଆଗକୁ ଆସୁଥିବା ରଥଯାତ୍ରା ଭଳି ବଡ ପର୍ବ ଥିବାରୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହିଛି । ବିଶେଷ କରି ଜ୍ୱର, କାଶ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ  ତୁରନ୍ତ କୋଭିଡ ପରୀକ୍ଷା କରିବାକୁ ଆଦେଶ ଦିଆଯାଇଛି । ସଂକ୍ରମଣ ଚିହ୍ନଟ ହେଲେ ପ୍ରଚଳିତ କୋଭିଡ ନିୟମ ଅନୁସାରେ ଚିକିତ୍ସା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏହାକୁ ଲକ୍ଷ୍ୟ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବିନ୍ଦ୍ରନାଥ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ ପରିସ୍ଥିତି ପୂର୍ଣ୍ଣଭାବରେ ନିୟନ୍ତ୍ରଣରେ ରହିଛି । ତଥାପି ପୋଡଶୀ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲାଗୁଡିକରେ ସୁରକ୍ଷା ଵ୍ୟଵସ୍ଥା ବଢାଯାଇଛି । ସଂକ୍ରମିତ ହେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଉତ୍ତମ ଧରଣର ଚିକିତ୍ସା କରିବାକୁ ନିର୍ଦ୍ଦେଶକ ଦିଆଯାଇଛି ।

କୋଭିଡ ଭୟରେ କୋରାପୁଟ ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି । ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ସୀମାନ୍ତ ସଂଲଗ୍ନ ଥିବା ସମସ୍ତ ଅଂଚଳର ସ୍ୱାସ୍ଥ୍ୟ କର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *