ଚନ୍ଦାହାଣ୍ଡି ବ୍ଲକ ପରିସର ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବି ଡି ଓ ଚୈନ ଗଣ୍ଡ ଙ୍କ ତତ୍ୱାଭଧାନ ରେ ଚନ୍ଦାହାଣ୍ଡି ବ୍ଲକ ପରିସର ରେ l ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ ଦେଇ କାର୍ଯ୍ୟକ୍ରମ କୁ ସୁଭ ଉଦଘାଟନ କରି ଥିଲେ l ସମ୍ମାନୀତ ଅତିଥି ଭାବରେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୂତୃକା, ସାଂସଦ ପ୍ରତିନିଧି ସରୋଜ ଅଗସ୍ତି, ବିଧାୟକ ପ୍ରତିନିଧି ପ୍ରତାପ ବାଘ, ବରିଷ୍ଠ ବି ଜେ ପି ନେତା ଅକାଳୁ ଜାଲି, ଭରତ ବାଘ, ପ୍ରଭାତ ସୁନା ଆୟୁଷ ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ, ସି ଡି ପି ଓ ସୁଦର୍ଶନୀ ରଥ, ଭୋଦେବ ବାଘ, ସମିତି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ, ପ୍ରମୁଖ ମଞ୍ଚାସିନ ରହି ଥିଲେ l

ଜନସାଧାରଣ ଙ୍କୁ ଭି ଡି ଓ କନଫେରେନ୍ସ ମାଧ୍ୟମ ରେ ଳୋକଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା ଶୁଣା ଜାଇ ଥିଲା l ଅନ୍ତଦ୍ୱୟ ଗୃହ ଯୋଜନା ହିତାଧିକାରୀ ମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଇ ଥିଲା l କାର୍ଯ୍ୟକ୍ରମ କୁ ସି ପି ସତ୍ୟ କୁମାର ଦଣ୍ଡସେନା ପରିଚାଳନା କରି ଥିବା ବେଳେ ମଙ୍ଗଳ ଅଧିକାରୀ ସୁବ୍ରତ କୁମାର ପରିଡା ସହଯୋଗ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ ସହକାରୀ ଯନ୍ତ୍ରୀ ଭଗବାନ ବେହେରା, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ, ନୀଳକଣ୍ଠ ପଟ୍ଟନାୟକ, ଜି ପି ଓ ବାନାମ୍ଭର ଦାଶ, ଏଫ ଓ ଭାବଗ୍ରାହି ନାୟକ, ବି ପି ସି ଦୁର୍ଜନ ନାୟକ, ବି ପି ସି ମିଶନ ଶକ୍ତି ବନମାଳୀ ଖୋସଲା, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନୱାଡି, ଏବଂ ସ୍ୱୟଂ ସହୟିକା ଗୋଷ୍ଠୀ ଉପସ୍ଥିତ ରହି ଥିଲେ l

Leave a Reply

Your email address will not be published. Required fields are marked *