ଜୁଲାଇରେ ବଢ଼ିପାରେ ୩% ମହଙ୍ଗା ଭତ୍ତା, ମୁଦ୍ରାସ୍ଫୀତି ବୃଦ୍ଧି ଧାରା ଅନୁସାରେ ବିଶେଷଜ୍ଞମାନଙ୍କ ଆକଳନ

କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍‌ଭୋଗୀମାନଙ୍କର ଜୁଲାଇ ମାସର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି । ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମୁଦ୍ରାସ୍ଫୀତି ବୃଦ୍ଧି ଧାରା ଅନୁସାରେ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି । ଶିଳ୍ପ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀ ଆଧାରିତ ଜୁନ୍‌ ମାସର ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହେବ ।

ଚଳିତମାସ ୧୩ ତାରିଖରେ ଏହି ତଥ୍ୟ ପ୍ରକାଶ ପାଇବା ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନଙ୍କ ମହଙ୍ଗାଭତ୍ତା ବର୍ଷକୁ ଦୁଇଥର ସଂଶୋଧିତ ହୋଇଥାଏ । ପ୍ରଥମ ସଂଶୋଧନ ଜାନୁଆରି ପହିଲାରେ ଓ ଦ୍ବିତୀୟ ସଂଶୋଧନ ଜୁଲାଇ ପହିଲାରେ ହୋଇଥାଏ। ଜାନୁଆରି ସଂଶୋଧନ ଅନୁଯାୟୀ, କର୍ମଚାରୀ ଓ ପେନସନଭୋଗୀମାନେ ଏବେ ୬୦ ପ୍ରତିଶତ ମହଙ୍ଗାଭତ୍ତା ପାଉଛନ୍ତି। ୩ ପ୍ରତିଶତ ବଢ଼ିଲେ ଏହା ୬୩ ପ୍ରତିଶତରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *