କୁଆଡେ ଯିବେ ସ୍ପଷ୍ଟ କଲେନି…..

ପୁଣି ଧଳା ପୋଷାକରେ ପ୍ରଭାତ

ଦୀର୍ଘ ବର୍ଷ ପରେ ପୁଣି ଧଳା ପୋଷାକ କୁ ଫେରିଛନ୍ତି କଟକର ଚର୍ଚ୍ଚିତ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ। କିଛି ଦିନ ର ବ୍ୟବଧାନ ପରେ ଆଜି ହଠାତ୍ କଟକ ର O.M.P. ଛକ ହୋଇ ଉଠିଥିଲା ଜନ ଗହଳି। ସମର୍ଥକଙ୍କ ଭିଡ଼ ଯୋଗୁଁ ପ୍ରାୟ ଏକ ଘଣ୍ଟା କାଳ ଯାତାୟତ ଠପ୍ ହୋଇ ଯାଇଥିଲା। ଦୀର୍ଘ ୧୦ ବର୍ଷର ପଣ ଭାଙ୍ଗି, ପୁଣି ଧଳା ରଙ୍ଗ ବସ୍ତ୍ର ପିନ୍ଧିଥିବା ପ୍ରଭାତଙ୍କୁ ଦେଖିବା ପାଇଁ  ପ୍ରବଳ ଭିଡ଼ ଜମିଥିଲା। ଏହି ଅବସରରେ ଦୁଇ ବିଜେଡି ନେତାଙ୍କୁ ଆକ୍ଷେପ କରି ଗଣମାଧ୍ୟମକୁ ପ୍ରତିକ୍ରିୟା  ଦେଇଛନ୍ତି ଚୌଦ୍ଵାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।  ତେବେ ନୂଆ ବେଶରେ ନୂଆ ଆଶା ନେଇ ତାଙ୍କ ସମର୍ଥକଙ୍କ ସହମତିରେ ସେ ନିଜର ଆଗାମୀ ରାଜନୈତିକ ଦିଗ ସ୍ଥିର କରିବେ ବୋଲି କହିଛନ୍ତି ପ୍ରଭାତ। ସୂଚନାଯୋଗ୍ୟ ଯେ ବିଜେଡି  ସରକାର ବେଳେ ଚିଟ୍ ଫଣ୍ଡ ଠକେଇ ମାମଲାରେ ଛନ୍ଦି ହେବା ପରଠାରୁ ପ୍ରଭାତ, ଧଳା ଛାଡ଼ି କେବଳ ଖଇରିଆ ପୋଷାକ ପିନ୍ଧି ଆସୁଥିଲେ। ଆଉ ଏଇ ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ କରିବାରୁ ବିଜେଡି ରୁ ବହିଷ୍କୃତ ହୋଇଛନ୍ତି ପ୍ରଭାତ ।

Leave a Reply

Your email address will not be published. Required fields are marked *