ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣିନିଅନ୍ତୁ ଆଜିର ମୂଲ୍ୟ

ଦିନକୁ ଦିନ ସୁନା ଦର ବଢ଼ିବାରେ ଲାଗିଛି । ଲୋକେ ଆଜିକା ଦିନରେ ସୁନା କିଣିବାକୁ ଭୟ କରିଲେଣି । ତେବେ ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ସୁନା ଦର । ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୩,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୧,୧୦୦ ଟଙ୍କା ରହିଛି ।

ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୩,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୧,୧୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୩,୦୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୧,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୩, ୧୭ ୦ ଟଙ୍କା ଓ ୨୨ କ୍ୟାରଟେ ସୁନା ମୂଲ୍ୟ ୧,୩୧,୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ସୁନା ମୂଲ୍ୟ ୧୪,୫୦୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୩,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରଟେ ସୁନା ମୂଲ୍ୟ ୧,୪୩,୦୨୦ ଟଙ୍କା  ଓ ୨୨ କ୍ୟାରଟେ ସୁନା ମୂଲ୍ୟ ୧,୩୧,୧୦୦  ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୦,୦୦୦ ଟଙ୍କା ହୋଇଛି । 

Leave a Reply

Your email address will not be published. Required fields are marked *