ମାଲକାନଗିରି ସଦର ମହକୁମାସ୍ଥିତ ତାମିଲ କ୍ୟାମ୍ପ ନିକଟରେ ଥିବା ଏକ ହନୁମାନ ମନ୍ଦିରରୁ ଗତକାଲି ରାତିରେ ଚୋରୀ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ମନ୍ଦିରର କବାଟ ଓ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ମନ୍ଦିର ଭିତରେ ଥିବା ଦୁଇଟି ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ତେବେ ଦୁଇଟି ହୁଣ୍ଡିରେ କେତେ ଟଙ୍କା ଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ ଲାଗିଥିବା ତାଲା ଓ ହୁଣ୍ଡି ଭଙ୍ଗା ଯାଇଥିବାରୁ ଚୋରି ଯୋଜନାବଦ୍ଧ ଭାବେ ହୋଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ଏହି ହନୁମାନ ମନ୍ଦିରରୁ ପୂର୍ବରୁ ମଧ୍ୟ ଥରେ ଚୋରି ହୋଇଥିଲା। ପୁଣିଥରେ ମନ୍ଦିରରୁ ଚୋରି ହେବା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ଚୋରି ଘଟଣା ବୃଦ୍ଧି ପାଉଥିବା ନେଇ ମଧ୍ୟ ଲୋକେ ଆଲୋଚନା କରୁଛନ୍ତି।
