ଆସନ୍ତା ୩ଦିନ ଭାରି ବିପଦ, ଲଘୁଚାପରୁ ଅବପାତ

ବଙ୍ଗୋପସାଗରରେ ଘନଉଛି ବର୍ଷା ବିପଦ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ୨୧ ତାରିଖରେ ଅବପାତ, ୨୨ରେ ଗଭୀର ଅବପାତ ବଙ୍ଗୋପସାଗରରେ ଶକ୍ତି ବଢ଼ାଇବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଦିଗକୁ ଏହାର ଗତିପଥ ରହିପାରେ । ସିଷ୍ଟମ୍ ଶକ୍ତିଶାଳୀ ହେଲେ ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ବଢ଼ିପାରେ । ମତ୍ସ୍ୟଜୀବୀଙ୍କୁ ସତର୍କ ରହିବା ଜରୁରୀ । ତେବେ ଏବେଠାରୁ ବାତ୍ୟା ଘୋଷଣା ନୁହେଁ । ଆଗାମୀ ୨ରୁ ୩ ଦିନରେ ସିଷ୍ଟମ୍‌ର ଗତି ଓ ଶକ୍ତି ବୃଦ୍ଧି ଉପରେ ରହିବ ନଜର ।

Leave a Reply

Your email address will not be published. Required fields are marked *