କେନ୍ଦପାଲି ଗାଁ ଲୋକଙ୍କ ଦୀର୍ଘ ଦିନ ର ସ୍ବପ୍ନ ପୁରଣ କଲେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ

କଥା ଦେଇ କଥା ରଖିଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଗାଁ କୁ ଗାଁ – ସହରକୁ ଯୋଡିବ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା। ନିର୍ବାଚନ ସମୟରେ ପ୍ରତିଶୁତି ଦେଇଥିଲେ ନୁଆଁ ରାସ୍ତା ନିର୍ମାଣ କରାଯିବ। ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ଓ ଆଶା ପୂରଣ ହେବାକୁ ଯାଉଛି। ଆଜି ଚକରକେନ୍ଦ୍ ରୁ ଝାଙ୍କରପାଳି ଓ କେନ୍ଦପାଳି ରୁ ଭାୟା ଦଶମାଇଲ ଛକ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଏକ ବିରାଟ ଶୋଭାଯାତ୍ରା କରି  ଶହ ଶହ ମହିଳା ଓ ଯୁବକ ମାନେ ବିଧାୟକଙ୍କୁ ସ୍ୱାଗତ କରିଥିଲେ। କେନ୍ଦପାଳି ଗାଁରେ ଆୟୋଜିତ ବୈଠକରେ ଯୋଗଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ। ପୂର୍ବରୁ ଏ ରାସ୍ତା ପାଇଁ ବହୁ ଥର ଦାବି କରିଛନ୍ତି ସ୍ଥାନୀୟ ଲୋକେ। କିନ୍ତୁ ପୂର୍ବ ସରକାର ସମୟରେ ସ୍ଥାନୀୟ ଜନପ୍ରତିନିଧି ଓ ସରକାର କେହି ଶୁଣିନଥିଲେ।

କିନ୍ତୁ ଆମ ସରକାର ଆସିଲା ପରେ ଲୋକଙ୍କ ସମସ୍ୟା କୁ ବୁଝିଛନ୍ତି ଓ ଲୋକଙ୍କ ଦାବିକୁ ସମ୍ମାନ ଜଣାଇଛନ୍ତି। ଆରଡି ବିଭାଗ ତରଫରୁ ନିର୍ମାଣ ହେବାକୁ ଥିବା ଏହି ଛଅ କିଲୋମିଟର ରାସ୍ତା ପାଇଁ ଟେଣ୍ଡର ସରିଛି ଓ ଖୁବ ଶୀଘ୍ର ରାସ୍ତା କାମ ନିର୍ମାଣ ହେବ ବୋଲି ବିଧାୟକ କହିଛନ୍ତି। ବହୁ ବର୍ଷ ପରେ ଅଞ୍ଚଳବାସୀଙ୍କ ଏ ଦାବିକୁ ସ୍ଥାନୀୟ ବିଧାୟକ ଶୁଣି ସମାଧାନ ପାଇଁ ପଦକ୍ଷେପ ନେଇଥିବାରୁ ବିଧାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *