ବିଜେପି ପକ୍ଷରୁ ଫିଟିଲା ଜଳଛତ୍ର  ଉଦ୍ଘାଟନ କଲେ କଟକ ସାଂସଦ

ଗ୍ରୀଷ୍ମ ପ୍ରବାହ ରେ ବାଣ୍ଟିଲେ ଅମୃତ ରୂପକ ଜଳ

ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ଆଠଗଡର ସରାଞ୍ଚଳ ଅନ୍ୟପଟେ ଆସୁଥିବା ପଥଚାରି ବାଟୋଇ ଙ୍କ ଉଦ୍ଦେଶ୍ୟ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଠଗଡ ର ପୁରୁଣା ବସଷ୍ଟାଣ୍ଡ ଲକ୍ଷ୍ମୀ  ବଜାର ଠାରେ  ସର୍ଵ ସାଧାରଣ ଙ୍କ ପାଇଁ ଖୋଲିଲା ଜଳଛତ୍ର. ଯାହାକୁ ଅନୁଷ୍ଠାନିକ ଭାବେ ବିଜେପି ନେତା ଅଭୟ କୁମାର ବାରିକ ଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ଫିତା କାଟି ଉଦଘାଟନ କରିଛନ୍ତି. ଏହି ଜଳଛତ୍ରର ସୁବିଧା ଆସନ୍ତା ୨ ମାସ ଧରି ଚାଲୁ ରହିବ.

ଯାହାର ସୁଫଳ ବାଟୋଇ ପଥଚାରି ଙ୍କ ତୋଷ ମେଣ୍ଟାଇବା ରେ ସହାୟକ ହେବ ବୋଲି ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି ସାଂସଦ ଶ୍ରୀଯୁକ୍ତ ମହତାବ. ଆଜିର ଏହି ଉଦ୍ଘାଟନୀ ଉତ୍ସବ ରେ ଉପସ୍ଥିତ ରହିଥିଲେ କଟକ ଜିଲ୍ଲା ର ସମସ୍ତ  ଆଗଧାଡ଼ିର ନେତା ଓ କର୍ମୀ ମାନେ । ଆଠଗଡ ର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଙ୍କ ସହିତ  ଆଠଗଡ ନିର୍ଵାଚନ ମଣ୍ଡଳୀ ର ଶତାଧିକ ବିଜେପି କର୍ମୀ. ଏହି ଜଳ ଛତ୍ର ଉଦଘାଟନ କୁ ସାଫଲ୍ୟ କରିଥଲେ।  ଖୁବ୍ ଶୀଘ୍ର ଆଠଗଡ଼ ରେ ରେଳ ପ୍ରକଳ୍ପ ସହ ଆଠଗଡ ସହର ରେ ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ସାଂସଦ ଭର୍ତ୍ତୁହରି ମହତାବ .

Leave a Reply

Your email address will not be published. Required fields are marked *