ସତ୍ୟବାଦୀରେ ପାଣି ପାଇଁ ମହାଭାରତ

ପୁରୀ ସାଂସଦ ଓ ସତ୍ୟବାଦୀ ବିଧାୟକ ଙ୍କୁ ଗରା-ବାଲ୍ଟି ଧରି ବିରୋଧ କଲେ ଶତାଧିକ ମହିଳା

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବିଶ୍ୱନାଥ ପୁର ପଞ୍ଚାୟତ ପାଣିଭଣ୍ଡାର୍ ଗ୍ରାମରେ ଅକ୍ଷୟତୃତୀୟା ଦିନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଯାଉଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ବା ନବନିଯୁକ୍ତ ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓମ୍ ପ୍ରକାଶ ମିଶ୍ର ଙ୍କ ପ୍ରୋଟୋକଲ ଗାଡି ସହିତ ସାଂସଦ ବିଧାୟକ ଙ୍କୁ ଅଟାକାଇ ଥିଲେ ଗ୍ରାମବାସୀ , ପାଣି ସମସ୍ୟା କୁ ଗ୍ରାମବାସୀ ଓ ଶତାଧିକ ମହିଳା ମାନେ ଗରା ବାଲ୍ଟି ଧରି ରାସ୍ତାରୋକ କରିଥିଲେ। ଗୋଟିଏ ପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପାଣି ସମସ୍ୟା ଏକ ଜଟିଳ ସମସ୍ୟା ହୋଇପଡ଼ିଥିବା ବେଳେ  ଏ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳ ବାସି। ଅନ୍ୟପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ୍ ଅଚଂଳରେ  ମଧ୍ୟ ଏପର୍ଯ୍ୟନ୍ତ ପାନୀୟ ଜଳ ର ସୁବିଧା କରିପାରିଲେନି ରାଜ୍ୟ ସରକାର . ମନ୍ତ୍ରୀ,ସାସଂଦ,ବିଧାୟକ ଭାଷଣ ବାଜି ଓ ବାହାସ୍ଫୋଟ ମାରୁଥିବା ବେଳେ ଅନ୍ୟପଟେ ଗ୍ରାମାଂଚଳରେ ବାସ୍ତବିକ୍ ଚିତ୍ର ସେଇୟା ନୁହେଁ । ଲୋକଙ୍କ ସରକାର ଲୋକଙ୍କ ସରକାର କହି ଚିଲେଇ ସରକାର କୁ ଆସିଥିବା ମୋହନ ସରକାର ସତ୍ୟବାଦୀ ବାସି ଙ୍କୁ ପାନୀୟ ଜଳ ଯୋଗାଣ ରେ ବିଫଳ ହୋଇଛନ୍ତି ବୋଲି ଯାହା ସତ୍ୟବାଦୀ ଏବଂ କଣାସ ରେ ବେଶ୍ ଚର୍ଚ୍ଚା ହେଉଛି ।

କଣାସ ଅଞ୍ଚଳ ବନ୍ୟା ପ୍ରବଣ ଅଞ୍ଚଳ ହୋଇଥିବାବେଳେ ପ୍ରତିବର୍ଷ ଦୂଷିତ ପାଣି ପିଇ ମହାମାରୀ ହଇଜା ଝାଡ଼ାବାନ୍ତି ରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ସତ୍ୟବାଦୀରେ ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ହୋଇପାରିଲେ ଉପକୃତ ହେବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବାସୀ . ପୂର୍ବ ସରକାର ବିଗତ ଦିନରେ ଆରମ୍ଭ କରିଥିବା ବସୁଧା ଟାଙ୍କି ହେଉ କିମ୍ବା ଅନ୍ୟାନ୍ୟ ପାଣି ଟାଙ୍କି କାର୍ଯ୍ୟ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲାନାହିଁ . ଏହାର କାରଣ ହେଉଛନ୍ତି ବିଧାୟକ ନିଜେ . ସମସ୍ତ ପ୍ରକାର କାର୍ଯ୍ୟ ର ଟେଣ୍ଡର କୁ ନିଜ ଦଳୀୟ ଲୋକଙ୍କୁ ଦେବାକୁ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଶୁଣିବାକୁ ମିଳୁଛି ଆଉ ଯେଉଁମାନେ ଏଥରୁ ବାଦ ହେଉଛନ୍ତି ରାତାରାତି ସେମାନଙ୍କ ବଦଳି ହୋଇଯାଉଛି . ତେବେ ଦେଖାଯାଉ ଆଉ କେତେଦିନ ଲାଗିବ ସତ୍ୟବାଦିରେ ପାଣି ପ୍ରକଳ୍ପ କାମ ସାରିବାକୁ ନା ଆଉ ଗୋଟେ ନିର୍ବାଚନ ରେ ସମାଧାନ ହେବ ପାନୀୟ ଜଳ ବ୍ୟବସ୍ଥା .

Leave a Reply

Your email address will not be published. Required fields are marked *