ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ଏକ ରୋଚକ ଦୃଶ୍ଯ ଦେଖିବାକୁ ମିଳିଛି। ମେଡିକାଲ ପରିସରରେ ବିପୁଳ ପରିମାଣର ମେଡିସିନ୍ କୁ ପୋଡି ନଷ୍ଟ କରାଯାଉଥିବା ଜଣା ପଡିଛି। ହେଲେ ଏତେ ପରିମାଣର ମେଡିସିନ କୁ କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଖବର କୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ସୁଚନା ମୁତାବକ ମେଡିକାଲ ରେ ନିରାମୟ ଯୋଜନାରେ ରୋଗିଙ୍କୁ ଦେବା ଲାଗି ଗଛିତ ଥିବା ମେଡିସିନ ଗୁଡିକୁ କିଏ ନିଆଁ ଲଗାଇ ଦେଇଥିବା ସୁଚନା ମିଳୁଛି।
ସରକାରୀ ନିୟମ ଅନୁସାରେ କୌଣସି ମେଡିକାଲରେ ଯଦି ସେଠାରେ ଗଛିତ ଥିବା ଔଷଧର ଅବଧି ଶେଷ ହୋଇଯାଏ ତାହାକୁ ଷ୍ଟୋର ରୁମରୁ ଅଲଗା କରି ଚିହ୍ନଟ କରାଯାଏ ,କେଉଁ କେଉଁ ଔଷଧର ଅବଧି ଶେଷ ହୋଇଛି ଓ କେତେ ପରିମାଣର ଔଷଧର ଅବଧି ଶେଷ ହୋଇଛି ତାହାର ତାଲିକା ତିଆରି କରାଯାଏ। ଉଚ୍ଚ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅନୁମତି ପରେ ଏହାକୁ ନଷ୍ଟ କରାଯାଏ ନଚେତ୍ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦିଆଯାଏ। ହେଲେ ଏଭଳି ସର୍ବ ସାଧାରଣ ରେ କିଏ ଓ କାହିଁକି ଏଭଳି ନିଆ ଲଗାଇଲା ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରୁଛି।
