କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ କରିବା ସହିତ ଜବରଦଖଲ କରିଥିବା ଗୋଚର ଜମି ଗୁଡ଼ିକୁ ଚିହ୍ନଟ କରି ଜବରଦଖଲ କାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରେଗଡା ଗ୍ରାମବାସୀ ସମେତ ବୁଦ୍ଧିଜୀବୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ, କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ଯାହାଫଳରେ ଆସନ୍ତା ମାସରେ ୫୯ ନମ୍ବର ଜାତୀୟ ରାଜପଥ କୁ ଗାଇ,ଗୋରୁ , ଛେଳି, ମେଣ୍ଢା ସମେତ ରେଗଡା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି .

ସୁଚନା ଥାଉକି ରେଗଡା ଗାଁ ରେ ଦୁଇଶହ ଏକରରୁ ଉର୍ଦ୍ଧ୍ବ ହେବ ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମାନେ ନିଜ ଅକ୍ତିଆରକୁ ନେଇ ଚାଷ ଜମି ନିର୍ମାଣ କରି ଚାଷ କରି ମାଲେମାଲ ହେଉଥିବା ବେଳେ ଜଣେ ଚାଷୀ ଚାଷ କରିବା ପାଇଁ ରଖିଥିବା ଗାଇ ଗୋରୁ ମାନଙ୍କୁ ଚରାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଵେ ଉକ୍ତ ଅଞ୍ଚଳରେ ହେକ୍ଟର ହେକ୍ଟର ଗୋଚର ଜମି ରହିଥିବା ସ୍ୱତେ ମଧ୍ୟ ଗାଇ ଗୋରୁଙ୍କୁ ଚରାଇବା ପାଇଁ ଇଞ୍ଚେ ଜାଗା ମଧ୍ୟ ନାହିଁ l ଏହାକୁ ନେଇଁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଜାଗା ଚିହ୍ନଟ କରା ନଗଲେ ରାଜରାସ୍ତା କୁ ଓ଼ଲ୍ଳେହେଇ ବା ପାଇଁ ଅଞ୍ଚଳ ବାସି ପ୍ରଶାସନ ଙ୍କୁ କଢ଼ା ଚେତାବନୀ ହେଇଛନ୍ତି l ତେଵେ କେବେ ପ୍ରଶାସନ ତତ୍ପରତା ଦେଖାଉଛୁ ଓ ଗୋଚର ଜମି ଚି଼ହ୍ନଟ କରୁଛି ଓ ଜବରଦଖଲ କାରୀ ମାନଙ୍କ ଉପରେ କେଉଁ ଭଳିଆ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
