ବିଦ୍ୟାଳୟ ବିଲ୍ଡିଂର ଉପର ଦେଇ ଯାଇଛି ୧୧ କେଭି ବିଜୁଳି ତାର। ତେବେ ବିଦ୍ୟାଳୟ ରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ଉପରେ ଭବିଷ୍ୟତରେ ଅଘଟଣକୁ ଏଡ଼ାଇବା ପାଇଁ, ପ୍ରଧାନ ଆଚାର୍ଯ୍ୟ ଓ ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କ ଦାବି।
ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବଳରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ ଉପର ଦେଇ ବିପଦପୂର୍ଣ୍ଣ ଅବସ୍ଥାରେ ଯାଇଛି ଶକ୍ତିଶାଳୀ ଏଗାର କେବିର ବିଜୁଳି ତାର।ଛାତଠାରୁ ମାତ୍ର ଦୁଇ ଫୁଟ୍ ଉଚ୍ଚତାରେ ବିଜୁଳି ତାର ଥିବାରୁ, ଭବିଷ୍ୟତରେ ଅଘଟଣର ଆଶଙ୍କା କରି, ବିଦ୍ୟାଳୟ ପରିଚାଳନା କମିଟି,ଶିକ୍ଷକ ତଥା ସ୍ଥାନୀୟ ସରପଞ୍ଚ, ବିପଦପୂର୍ଣ୍ଣ ବିଜୁଳି ତାର କୁ ଅପସାରଣ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ଠାରେ ଲିଖିତ ଦରଖାସ୍ତ ଦେବା ସତ୍ତ୍ୱେ, ଦୀର୍ଘଦିନ ହେବ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ, ବିଜୁଳି ତାର ଅପସାରଣ ହୋଇନାହିଁ। ତେବେ ବିଦ୍ୟାଳୟ ରେ ପାଖି ଦେଢ଼ଶହ ପିଲା ପାଠ ପଢୁଥିବା ବେଳେ, ଭବିଷ୍ୟତରେ ବିଜୁଳି ତାର ଯୋଗୁଁ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଖୁବଶୀଘ୍ର ବିଜୁଳି ବିଭାଗ ବିଦ୍ୟାଳୟ ପରିସରରୁ ବିପଦ ପୂର୍ଣ୍ଣ ଶକ୍ତିଶାଳୀ ଏଗାର କେବି ବିଜୁଳି ତାର କୁ ଅପସାରଣ ପାଇଁ, ସ୍କୁଲ୍ ପ୍ରଧାନ ଆଚାର୍ଯ୍ୟ ହରିହର ପଣ୍ଡା ଓ ପ୍ରତିଷ୍ଠାତା ସନ୍ତୋଷ କୁମାର ଗିରି ଦାବି କରିଛନ୍ତି।
