ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ ଅଞ୍ଚଳ ର ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ଠାକୁର ଙ୍କ ତ୍ରିଦିବସୀୟ ଲକ୍ଷ୍ମୀ ନୃସିଂହ ଜନ୍ମୋଉତ୍ସବ ଯାତ୍ରା ପାଇଁ ଆଜି ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ସୁବାସ ପଲେଇ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ତହସିଲଦାର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେହୁରା, ତହସିଲଦାର ତପନ ମହାପାତ୍ର,ଥାନା ଅଧିକାରୀ ଶ୍ରୀନିବାସ ସେଠୀ,ଓ ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀ ଓ କେଉଟ ସାହି, ରଙ୍ଗଣୀ ସାହି, ପାଟଣା ସାହି ଯାତ୍ରା କମିଟି ର ସଭାପତି ସଦସ୍ୟ ଉପସ୍ଥିତ ଥିଲେ। ଆସନ୍ତା ଏପ୍ରିଲ 30ତାରିଖ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ ହେଉଥିବା ବେଳେ ୩ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ। ଆଜି ର ଏହି ବୈଠକ ରେ ଆଇନ ଶୃଙ୍ଖଳା, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା ଯୋଗେଇବା ଉପରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *