ମନ୍ଦିର ତାଲା ଭାଙ୍ଗି ଲୁଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଚୋର

ବାଲେଶ୍ଵର: ଦିନକୁ ଦିନ ଲୁଟର ମାମଲା ବଢ଼ିବାରେ ଲାଗିଛି । ଠାକୁରଙ୍କୁ ବି ଛାଡ଼ିଲେନି ଚୋର । ବାଲେଶ୍ଵର ସଦର ଥାନା ଗୋପିନାଥପୁର ପଞ୍ଚାୟତ ନିଳଦା ଗାଁ ସ୍ଥିତ ସର୍ବ ମଙ୍ଗଳା ମନ୍ଦିରରେ ଲୁଟ । ତାଲା ଭାଙ୍ଗି, କବାଟ ତାଡ଼ି ଲୁଟିନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେବାସହ, ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ ହୋଇଥିବା ସୂଚନା । ମନ୍ଦିର ବାହାରେ ଦାନବାକ୍ସ ପଡିଥିବା ଦେଖି ସ୍ଥାନୀୟ ଲୋକ ମନ୍ଦିର ଲୁଟ ନେଇ ଥାନାରେ ଅଭିଯୋଗ କରିଥିଲେ ।

ନିଳଦା ଗାଁ ସ୍ଥିତ ସର୍ବ ମଙ୍ଗଳା ମନ୍ଦିରରେ ଲୁଟ । ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ମନ୍ଦିର ପରିସରରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *