ଶଶୁର ଘରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ, ମହିଳାଙ୍କ ଶରୀରର ୭୦% ପୋଡ଼ିଯାଇଛି

ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଗେଟ୍ ବଜାର ନିକଟ ଲୋଚାପଡ଼ା ଅଞ୍ଚଳର ବାସୁଦେବନଗରରେ ଜଣେ ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆତ୍ମାହୁତି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପାରିବାରିକ କଳହରୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ବେଳେ ଆଜି ସକାଳୁ ସ୍ୱାମୀଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ନିଜେ ପେଟ୍ରୋଲ ଢାଳି ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଜଣାପଡ଼ିନି। ମହିଳାଙ୍କ ଶରୀରର ୭୦% ପୋଡ଼ିଯାଇଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *