49 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ହରାଇଥିବା ପାରିବାର ଲକଙ୍କୁ ବର୍ଷ ବର୍ଷ ଧରି କ୍ଷତିପୂରଣ ଟଙ୍କା ଦିଆଯାଇନଥିବାର ଅଭିଯୋଗ ହୋଇଛି। ଫଳରେ ପ୍ରତିବାଦ ସ୍ୱରୂପ 49ନମ୍ବର ଜାତୀୟ ରାଜପଥ ବାରକୋଟ ବ୍ଲକ ଅନ୍ତର୍ଗତ କଲା ଛକ ଦୁର୍ଗା ମନ୍ଦିର ନିକଟସ୍ଥରେ କ୍ଷତିଗ୍ରସ୍ତ ପରିବାର ଲୋକେ ହଠାତ ଆସି ରାସ୍ତା ଅବରୋଧ କରିଥିଲେ ଫଳରେ ଅନେକ ଯାନବାହାନ ଅଟକି ରହିଥିଲା।
ସୂଚନା ଅନୁଯାୟୀ କଲା ଗ୍ରାମର ସ୍ୱର୍ଗତ କାଞ୍ଜୁ ନାଏକ। ଉକ୍ତ ରାସ୍ତାର ସମ୍ପ୍ରସାରଣ ଯୋଗୁଁ ନିଜର ଜମି ହରାଇଥିଲେ। କିନ୍ତୁ ଜମି ବାବଦକୁ ତାଙ୍କ ପାରିବାର କୁ କ୍ଷତିପୂରଣ ଦିଆଯାଉନାହିଁ। ବର୍ଷ ବର୍ଷ ଧରି ବାରକୋଟ ତହସିଲଦାର ପାଖକୁ ଦୌଡୁ ଥିବା ସ୍ୱତେ ତହସିଲଦାର କର୍ଣ୍ଣପାତ କରୁନାହାନ୍ତି। କାଞ୍ଜୁଙ୍କ ମୃତ ପରେ ବିଧବା ସ୍ତ୍ରୀ ଦୁଇ ଝିଅ ରହିଥିବାବେଳେ, ଗରିବ ପରିବାର ହୋଇଥିବାବେଳେ ଜମି ହରାଇଥିବା କ୍ଷତିପୂରଣ ଟଙ୍କା ପାଇଁ ବାରମ୍ବାର ଗୁହାରି କରିଆସୁଛନ୍ତି। କିନ୍ତୁ ବାରକୋଟ ତହସିଲଦାର ଦିନ ଗଡେଇ ଚାଲିଥିବା ବେଳେ ସେମାନଙ୍କ ଅଭିଯୋଗର କୈଣସି ସମାଧାନ ହୋଇପାରୁନାହିଁ।

ଏହାକୁ କେନ୍ଦ୍ରକରି କାଞ୍ଜୁଙ୍କ ବିଧବା ସ୍ତ୍ରୀ ଏବଂ ସାନଝିଅ 49ନମ୍ବର ଜାତୀୟ ରାଜପଥରେ ପଥର କାଠ ଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ। ବାରକୋଟ ଥାନା ପୋଲିସ ଏବଂ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଖବର ପାଇ ଘଟଣା ସ୍ଥଳେ ପହଂଚି ବୁଝାମଣା କରିଥିଲେ।ଏଥିସହ ବାରକୋଟ ତହସିଲଦାରଙ୍କୁ ଫନଯୋଗେ ଜଣାଇବାରୁ ସେ ଖୁବଶୀଘ୍ର ସେମାଙ୍କର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
