ମାମୁ ଘରେ ଜଗିଥିଲା ଯମ

ମାଇଁ ସାଜିଲା ହତ୍ୟାକାରୀ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ଲଖଣପଲ୍ଲୀ ମାମୁ ଘର ଲେଟିନ ଘରୁ ମୃତଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ମାଇଁ ବିଦ୍ୟାଭାରତୀ ମହାରଣା କୁ ଜଗନ୍ନାଥ ପ୍ରସାଦ ପୋଲିସ ଗିରଫ କରିଛି,  ମାଇଁ ନିଜ ଭାଣିଜୀକୁ ନିଜ ସାୟା ରେ ତଣ୍ଟି ଚିପି ହତ୍ୟାକରି ପଡିସା ଘର ବାରିପଟେ ପରିତ୍ୟକ୍ତ ଲେଟିନ ଘରେ ଲୁଚାଇ ରଖିଥିବାବେଳେ ପୋଲିସ ମୃତ ଦେହକୁ ଉଦ୍ଧାର କରି ମାଇଁ କୁ ଗିରଫ କରିଥିବାବେଳେ ପରିବାର ଲୋକେ ହତ୍ୟାକାରୀ କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି, ମାମୁ ଗଣେଶ ଏବଂ ମାଇଁ ବିଦ୍ୟାଭରତୀ ଦୁଇ ବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କର କୌଣସି ସନ୍ତାନ ହୋଇନଥିଲା . ଗଣେଶ ଭାଣିଜୀ ଅର୍ଚନାକୁ ନିଜ ଝିଅ ପରି ଅଧିକ ସ୍ନେହ କରୁଥିବାରୁ ଏଥିରେ ହିଂସା ପରାୟଣ ହୋଇ ଭାଣିଜୀ ଅର୍ଚନା କୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଓ.


Leave a Reply

Your email address will not be published. Required fields are marked *