କୋଟି କଟି ଟଙ୍କା ଖର୍ଚ୍ଚ, ଚାଷ ଜମି କୁ ପାଣି ନାହିଁ: ପ୍ରଶାସନ ନିରବ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୁଜାରିଗୁଡା ମାଇନର ଇରିଗେସନ ପ୍ରକଳ୍ପ ନେଇ ଉଠିଛି ଗୁରୁତର ପ୍ରଶ୍ନ। କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଚାଷ ଜମି କୁ ପାଣି ପହଞ୍ଚିନାହିଁ। ଫଳରେ ଚାଷୀମାନେ ହେଉଛନ୍ତି ହତାଶ। ସ୍ଥାନୀୟ ଲୋକେ ପ୍ରଶାସନର ନିଷ୍କ୍ରିୟତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

କଲ୍ୟାଣସିଂହପୁର ବ୍ଲକ ଅଧୀନ ପୁଜାରିଗୁଡା ମାଇନର ଇରିଗେସନ ପ୍ରକଳ୍ପ ୨୦୧୯ ମସିହାରେ ଆରମ୍ଭ ହୋଇ ୨୦୨୦ ମସିହାରେ ସମାପ୍ତ ହୋଇଛି । ଏହି ପ୍ରକଳ୍ପ ପାଇଁ ୨ କୋଟି ୫୨ ଲକ୍ଷ ୫୭ ହଜାର ୫୪୦ ଟଙ୍କା ୬୦ ପଇସା ବ୍ୟୟ ହୋଇଥିବା ସୂଚନା ମିଳିଛି।

କିନ୍ତୁ କାମ ସମାପ୍ତ ହୋଇ ୬ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଚାଷ ଜମିକୁ ପାଣି ମାଡ଼ିନାହିଁ। ଫଳରେ ସ୍ଥାନୀୟ ଚାଷୀମାନେ ଚାଷ କାର୍ଯ୍ୟରେ ବଡ଼ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ଚାଷ ଜମି : ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ଚାଷୀଙ୍କୁ ସିଚାଇ ସୁବିଧା ଯୋଗାଇବା। କିନ୍ତୁ ବାସ୍ତବରେ ସେହି ଲକ୍ଷ୍ୟ ପୂରଣ ହୋଇନାହିଁ। ଏତେ ବଡ଼ ଅର୍ଥ ବ୍ୟୟ ପରେ ମଧ୍ୟ ଲୋକେ ଲାଭ ପାଇନଥିବାରୁ କାମର ଗୁଣବତ୍ତା ଉପରେ ପ୍ରଶ୍ନ ଉଠୁଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏତେ ବର୍ଷ ହେଲାପରେ ମଧ୍ୟ ଏହି ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ପଡୁନାହିଁ। ଚାଷୀମାନେ ପୁନଃ ଦାବି କରୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ଏନେଇ ଚାଷୀମାନେ ତୁରନ୍ତ ତଦନ୍ତ ସହ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି। ଏବେ ପ୍ରଶାସନ କେବେ ପଦକ୍ଷେପ ନେବ, ତାହା  ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *