ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର ବୈଠକ ଅନୁଷ୍ଠିତ

ଅନୁଗୋଳ ବ୍ଲାକ୍ ଡାଇମଣ୍ଡ ପରିସରରେ ଆଜି ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର ପ୍ରଥମ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗଠନର ସଭାପତି ଗଙ୍ଗାଧର ନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଭଗବାନ୍ ବିର୍ସାମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱାଗତ ଭାଷଣରେ ରାଜ୍ୟ ସଭାପତି ମେଡିକାଲ୍, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫% ଓ ୨୨.୫% ସଂରକ୍ଷଣ ଲାଗୁ କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସଂଗଠନର କର୍ମକର୍ତ୍ତା ମୀନକେତନ ମାଝୀ, ପୃଥିରାଜ ହାଁସଦା, ଜିତେନ୍ଦ୍ର ବେହେରା, ଅନିଲ କୁମାର ମଲ୍ଲିକ, ଅସିତ୍ କୁମାର ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।           

            

Leave a Reply

Your email address will not be published. Required fields are marked *