ବେଲଗୁଣ୍ଠା ଲକ୍ଷ୍ମୀ  ମନ୍ଦିରରେ ସାବିତ୍ରୀ ବ୍ରତ ଧୂମ ଧାମରେ ପାଳିତ

ଆଜି ପବିତ୍ର ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ଏକ ପବିତ୍ର ଗଣପର୍ବ ଏହା ହିନ୍ଦୁ ସଂସ୍କୃତିରେ ସତୀତ୍ୱ, ନିଷ୍ଠା ଓ ଦାମ୍ପତ୍ୟ ପ୍ରେମର ଏକ ଅନନ୍ୟ ପ୍ରତୀକ । ଓଡ଼ିଆ ଘରର ସଧବା ମାନେ ଏହି ବ୍ରତ ଉପବାସ ରହି ପାଳନ କରିଥାନ୍ତି। ସ୍ବାମୀ ମାନଙ୍କର ନିରାମୟ ଜୀବନ ଦୀର୍ଘାୟୁ କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।

ଯାହାକୁ ନେଇ କି ପୁରା ରାଜ୍ୟରେ ଚଳ ଚଞ୍ଚଳ ଲାଗିରହିଥିବା ବେଳେ ବିଭିନ୍ନ ଜିଲ୍ଲାର ମନ୍ଦିର ଗୁଡ଼ିକରେ ମଧ୍ୟ ଲାଗିରହିଛି ମହିଳା ମାନଙ୍କର ପ୍ରବଳ ଭିଡ଼, ମନ୍ଦିର ମାନଙ୍କରେ ଉତ୍ସାହ ସହିତ ଏହି ବ୍ରତ ପାଳନ କରୁଛନ୍ତି ସଧବା ନାରୀମାନେ।

ଏହି ପରିପରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଲକ୍ଷ୍ମୀ  ମନ୍ଦିରରେ ମଧ୍ୟ ବହୁ ସଧବା ମହିଳା ମାନେ ଏକତ୍ରିତ ହୋଇ ଏହି ବ୍ରତ ଧୂମ ଧାମରେ ପାଳନ କରୁଥିବା ଦେଖିବାକୁ ମିଳିଥିଲା

ପୂଜା ପାଇଁ  ବିଭିନ୍ନ ଫଳ ସହିତ ଭୋଗ ସାମଗ୍ରୀ ମହିଳା ମାନେ କିଣି ଆଣିଥାନ୍ତି।

କୁହାଯାଏ ପୌରାଣିକ ମତ ଅନୁସାରେ ସତ୍ୟବାନ ଅଳ୍ପାୟୁ ଥିଲେ ସୁଦ୍ଧା ସେ ମୃତ୍ୟୁକୁ ଜୟ କରିପାରିଥିଲେ ଏହା କେବଳ ସମ୍ଭବ ଥିଲା ପତ୍ନୀ ସାବିତ୍ରୀଙ୍କ ପାଇଁ . ଆଜି ଏଭଳି ପବିତ୍ର ଦିନରେ ପୂଜା କରିବା ସହିତ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାନ୍ତି ମହିଳାମାନେ.

Leave a Reply

Your email address will not be published. Required fields are marked *