ସ୍ୱାଧୀନତା ର 75 ବର୍ଷ ପରେ ବି ଗାଁ କୁ ନାହିଁ ଭଲ ରାସ୍ତା

ଦେଶ ସ୍ୱାଧୀନ ହେବାର 75 ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ । ଜରୁରି କାଳୀନ ପରିସ୍ଥିତିରେ କାର ହେଉ କିମ୍ବା ଆମ୍ବୁଲାନ୍ସ ଗାଁ ଭିତରକୁ ପ୍ରବେଶ କରିବା କଷ୍ଟ । ଆଉ ଏପଟେ ରାସ୍ତା କାମ ପାଇଁ ଅର୍ଥ ମଞ୍ଜୁର ହୋଇସାରିଥିଲେ ମଧ୍ୟ  ଜବରଦଖଲ ଉଛେଦ ନ ହୋଇପାରିବାରୁ ଅଟକି ରହିଚି କାମ।

ଆଜ୍ଞା ହଁ ଦର୍ଶକ ବନ୍ଧୁ ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ ଏ ଘଟଣା ହେଉଚି  ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ର ପାଟଣା ଗାଁ ର ଦୃଶ୍ୟ।ଏହି ଗାଁ ରେ ପାଖାପାଖି ଦୁଇ ହଜାର ରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ଯିବା ଆସିବା କରିବା ପାଇଁ ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ। ରାସ୍ତା ର ଦୁଇ ପାର୍ଶ୍ୱ କୁ କିଛି ଲୋକ ଜବରଦଖଲ କରିଥିବାରୁ ଗାଁ କୁ  ଗାଡି ଟିଏ ବି ପ୍ରବେଶ କରିବା କଷ୍ଟ ସାଧ୍ୟ ହୋଇପଡିଛି। ଏମିତିକି ଜରୁରି କାଳୀନ ପରିସ୍ଥିତି ରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁ କୁ ଆସିପାରୁନାହିଁ । ଆଉ ଏହାର ସମାଧାନ ପାଇଁ ଗତ  ଛଅ ମାସ ତଳେ ସରକାର ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଅର୍ଥ ମଞ୍ଜୁର ହୋଇଥିଲା । ଆଉ ଓଡିଶା ସରକାର ଙ୍କ ରାଜସ୍ବ ବିଭାଗ ତରଫରୁ ଜବରଦଖଲ ଉଛେଦ କରି ରାସ୍ତା ନିର୍ମାଣ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ଜିଲ୍ଲାପାଳ ମଧ୍ୟ ବରୀ ତସିଲଦାର ଙ୍କୁ ଜବରଦଖଲ ଉଛେଦ କରିବାକୁ ନିର୍ଦେଶ ଦେଇଥିଲେ।

  ପରେ ବରୀ ତସିଲଦାର ସ୍ଥାନିଅ ରାଜସ୍ବ ନିରୀକ୍ଷକଙ୍କ ସାହାଯ୍ୟରେ ଗାଁ ରେ ପହଂଚି ଜବରଦଖଲ ଚିହ୍ନଟ କରି ଚୁପ ହୋଇ ବସିଛନ୍ତି। ଗାଁ ଲୋକେ ଉଛେଦ ପକ୍ରିୟା କେବେ ଆରମ୍ଭ ହେବ ବୋଲି ତସିଲଦାର ଙ୍କୁ ପଚାରି ବାରୁ ସେ ଛଅ ମାସ ହେବ ଆଜି କାଲି କହି ସେମାନଙ୍କୁ ଭଣ୍ଡାଉଛନ୍ତି। ଆଉ ଏପଟେ ଠିକାଦାର ସରକାରୀ ନିଅମ ଅନୁଯାଇ ରାସ୍ତା ନିର୍ମାଣ ନକରି ତରଭରିଆ ଭାବେ ଅଣଓସାରିଆ ରାସ୍ତା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଜବରଦଖଲ ଉଛେଦ କରି ଓସାରିଆ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି।

ତେବେ ଏ ସମ୍ପର୍କରେ ବରୀ ତସିଲଦାର ଙ୍କୁ ପଚାରିବାରୁ ସେ ଚିହ୍ନଟ ପକ୍ରିୟା ସରିଛି। ଯଥାଶୀଘ୍ର ଉଛେଦ ପକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ଖବର ପ୍ରସାରଣ ପରେ କେବେ ଏ ସମସ୍ୟାର ସମାଧାନ ହେଉଚି ତାହା ଦେଖିବାକୁ ବାକିରହିଲା।

Leave a Reply

Your email address will not be published. Required fields are marked *