ବ୍ୟାଙ୍କ ଆକାଉଣ୍ଟରେ ଅବୈଧ ଅର୍ଥ କାରବାର
ଆକାଉଣ୍ଟ ଭଡାରେ ଦେଲେ ମିଳୁଛି ଟଙ୍କା
ଋଣ କରେଇଦେବା ନାଁ ରେ ସାଇବର ଠକେଇ।ବ୍ୟାଙ୍କ ଆକାଉଣ୍ଟରେ ଅବୈଧ ଅର୍ଥ କାରବାର। ଆକାଉଣ୍ଟ ଭଡାରେ ଦେଲେ ମିଳୁଛି ଟଙ୍କା।ଆଳି ଥାନା ଅନ୍ତର୍ଗତ ନମୌଜାର ବଡାମ୍ବିଳା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ ନୂଆ ଢଙ୍ଗରେ ସାଇବର କ୍ରାଇମ ଦେଖିବାକୁ ମିଳିଛି। ଗ୍ରୁପ ଋଣ କରେଇଦେବା ସହ ମୋଟା ଅଙ୍କର କମିଶନ ମିଳିବ ବୋଲି ପ୍ରଲୋଭନ ଦେଖାଇ ଖୋର୍ଦ୍ଧାର 3 ଜଣ ଯୁବକ ଆସି ସ୍କିମ ବୁଝାଇଥିଲେ। ପରେ ଆଳିର ବିଭିନ୍ନ ଅଂଚଳରୁ 15 ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମାନଙ୍କୁ ସାମିଲ କରିଥିଲେ। ନୁଆ ଆକାଉଣ୍ଟ ଖୋଲି ଋଣ କରାଇଦେବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ର ପାସବୁକ, ଏଟିଏମ ସହ ଋଣ କରାଇବା ପାଇଁ ପୂର୍ବରୁ ଥିବା ଓଡି କାଟିବା ପାଇଁ ଓଟିପି ଆବଶ୍ୟକ କହି ସେମାନଙ୍କ ସିମ ମଧ୍ୟ ହାତେଇଥିଲେ।ସମସ୍ତ ତଥ୍ୟ ହାସଲ କରିବାପରେ ଆକାଉଣ୍ଟ ଗୁଡିକୁ ବେଆଇନ ଭାବେ ଲକ୍ଷାଧିକ ଟଙ୍କା କାରବାର କରିଥିଲେ।ପରେ ସାଇବର ଟିମ ତରଫରୁ ଉକ୍ତ ଆକାଉଣ୍ଟ ଗୁଡିକୁ ଫ୍ରିଜ କରିଦିଆଯାଇଛି। ଯେଉଁଥିପାଇଁ ଏବେ ହଟହଟା ରେ ସମସ୍ତ ଆକାଉଣ୍ଟ ଧାରୀ। ତେବେ ଏ ନେଇ ଆଳି ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଏତଲା ଆଧାର ରେ ତଦନ୍ତ ଆରମ୍ଭ କରିଥିବା ଆଳି ପୋଲିସ ପକ୍ଷରୁ ସୂଚନା ମିଳିଛି।
