ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଙ୍କ ଅନେକ ଯୋଜନା ରହିଛି କିନ୍ତୁ ଆଜି ବି ଦୁର୍ଗମ ରେ ବିକାଶ ଅପହଞ୍ଚ । ବିକାଶ ର ବାଟ ଖୋଜୁଛି ତୁମ୍ବାପଦର ଗାଁ । ଏହି ଗାଁ ରେ ବିକାଶର ନା ଗନ୍ଧ ନାହି। ଏ ଦୃଶ୍ୟ ହେଉଛି କୁନ୍ଦୁରା ବ୍ଲକ ଅନ୍ତର୍ଗତ କେରମେଟି ପଂଚାୟତର ତୁମ୍ବାପଦର ଗ୍ରାମର ଦୃଶ୍ୟ, ସ୍ୱାଧିନତା ର ବହୁ ବର୍ଷ ପରେବି ଗଡୁନି ବିକାଶର ରଥ। ଲୋକଙ୍କୁ ମିଳିପାରୁନି ମୌଳିକ ସୁବିଧା। ଗ୍ରାମରେ ୩୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ହେଲେ ଏହି ଗାଁ ରେ ବିକାଶ କରିବାକୁ ସତେ ଯେମିତି ଭୁଲି ଯାଇଛନ୍ତି କୁନ୍ଦୁରା ବ୍ଲକ ପ୍ରଶାସନ। ଏହି ଗ୍ରାମରେ ଦେଖା ଦେଇଛି ପାନୀୟ ଜଳର ଘର ସଙ୍କଟ। ଖରା ଦିନରେ ପାଣି ପାଇଁ ଛଟପଟ ହେଇଛନ୍ତି ଦୁର୍ଗମ ବାସି। ଗ୍ରାମରେ ଗୋଟିଏ ବି ନଳକୂପ ନ ଥିବା ହେତୁ କଲାବ ନଦୀ ଏମାନଙ୍କ ମେଣ୍ଟାଉଛି ଶୋଷ। ଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବାରେ ବିଫଳ କୁନ୍ଦୁରା ବ୍ଲକ ପ୍ରଶାସନ
ଗାଁରେ ପାନୀୟ ଜଳର ବ୍ୟବସ୍ଥା ଥାଇ କି ବି ନ ଥିବା ସହିତ ସମାନ। ଗ୍ରାମରେ ପାଇପ୍ ଯୋଗେ ପାଣି ର ବ୍ୟବସ୍ଥା ଯୋଗେଇ ଦେଇଥିଲେ ମଧ୍ୟ ମାସ ମାସ ଧରି ପାଇପ୍ ବ୍ୟବସ୍ଥା ଅଚଳ ହୋଇ ପଡ଼ି ରହିଛି ।୧ କିମି ଚାଲି ଚାଲି ଗଲେ ପଡ଼େ କଲାବ ନଦୀ। ଏହି କଲାବ ନଦୀ ଏମାନଙ୍କର ମେଣ୍ଟାଉଛି ଶୋଷ। ଏହି ନଦୀ ପାଣି ପିଇ ନାହିଁ ନ ଥିବା ରୋଗ ରେ ଶିକାର ହେଇଛନ୍ତି ତୁମ୍ବାପଦର ଗ୍ରାମବାସୀ। ଉପାନ୍ତ ଅଂଚଳ ରେ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ଏହି ଗ୍ରାମରେ ପାନୀୟ ଜଳର ସୁବିଧା ପାଇଁ କୁନ୍ଦୁରା ବ୍ଲକ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ଯ ସମସ୍ୟାର ସମାଧାନ ହୋଇ ପାରୁ ନାହି।
କୋଟପାଡ଼ ନିର୍ବାଚନ ମଣ୍ଡଳୀର ଅଧୀନରେ ଆସୁଥିବା ଏହି ଗାଁରେ ଖଣ୍ଡିଏ ପକ୍କା ରାସ୍ତା ଟିଏ ପହଞ୍ଚି ପାରୁ ନାହିଁ। ଖାଲ,ଡିପ ,ଗଡ଼ି ମାଟି ପଥୁରିଆ ବିପଦ ପୂର୍ଣ୍ଣ ରାସ୍ତା ଦେଇ ଗାଁ ଲୋକେ ନିତିଦିନ ଯିବା ଆସିବା କରନ୍ତି। ଜନପ୍ରତିନିଧି ଓ କୁନ୍ଦୁରା ବ୍ଲକ ପ୍ରଶାସନ ର ଖାମଖିଆଲି ଯୋଗୁଁ ଖରା ବର୍ଷା ଶୀତ ନିଜ ଜୀବନ କୁ ବାଜିରେ ଲଗେଇ ଏହି ଗଡ଼ି ମାଟି ଜଙ୍ଗଲ ରାସ୍ତାରେ ନୀତିଦିନ ପଞ୍ଚାୟତ ଓ ବ୍ଲକରେ ଯାତାୟତ କରୁଛନ୍ତି ତୁମ୍ବାପଦର ଗ୍ରାମବାସୀ। ଖରା ଦିନ ଯେମିତି ସେମିତି ଚଳି ଯାଆନ୍ତି କିନ୍ତୁ ବର୍ଷା ଦିନ ରେ ଏକ ପ୍ରକାର ବନ୍ଦୀ ଜୀବନ କାଟନ୍ତି।5ରୁ 6 କିଲୋମିଟର ନଦୀ ଡେଇ ଗଲେ ଗଲେ ପଡେ ବିଦ୍ୟାଳୟ । ହେଲେ ଏହି ନଦୀ ଦେଇ ଓ ଜଙ୍ଗଲ ରାସ୍ତାରେ ଦେଇ ନୀତିଦିନ ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀ ଭୟ କରି ଥାଆନ୍ତି ଫଳରେ ବିଦ୍ୟାଳୟ ଯିବାକୁ ନାପସନ୍ଦ କରୁଛନ୍ତି ଛାତ୍ର ଛାତ୍ରୀ । ଏସବୁ ସମସ୍ୟା କୁ ନେଇ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି …. କେବଳ ଭୋଟ ସମୟରେ ଦେଖା ଦେଉଛନ୍ତି ପରେ ଭୁଲି ଯାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ Iଗାଁର ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଗ୍ରାମବାସୀ ଅନେକ ଥର ଦାବିକରି ଆସୁଥିଲେ ମଧ୍ୟ ଗାଁ ର ସମସ୍ୟା ର ସମାଧାନ ହୋଇପାରିନାହିଁ।
ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ଏବଂ ଏହି ତୁମ୍ବାପଦର ଗ୍ରାମ ପ୍ରତି କେବେ ଦୃଷ୍ଟି ପଡୁଛି।
