ସ୍ୱାମୀ ସ୍ତ୍ରୀ ଝଗଡାରେ ଭାଲୁ ସାଜିଲା ମଧ୍ୟସ୍ଥି…

ଏମିତି ଏକ ଘଟଣା ଯାହାକି ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ.. ଭାଲୁ କେମିତି ମଧ୍ୟସ୍ଥି ସାଜିଲା…

ଘଟଣାଟି ଭଲ ଭାବରେ ଶୁଣିଲେ ଆପଣବି କହିବେ ଠିକ କଥା…

ତେବେ ଘଟଣାଟି ଘଟିଛି ଉଦଳା ଥାନା ତଥା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଖୁଦ ପୁଟୁଳି ଗ୍ରାମରେ…

ଖୁଦ ପୁଟୁଳି ଗ୍ରାମର ଲାଲେନ ନାୟକ ଓ ପ୍ରଥମ ପତ୍ନୀ ବର୍ଷା ନାୟକଙ୍କ ମଧ୍ୟରେ ଦୁଇ ଦିନ ପୂର୍ବରୁ ଘରୋଇ କଳହ ହୋଇଥିଲା… ତେବେ ମନ ମାଳିନ୍ୟ ପରେ ସୋମବାର ରାତ୍ର ସମୟରେ ସ୍ତ୍ରୀ ସ୍ୱାମୀ ଙ୍କୁ ଛାଡି ପିଲା ମାନଙ୍କ ସହ ଭୁବନେଶ୍ୱର ଯିବାକୁ ବାହାରୁଥିଲେ…. ତେବେ ରାତ୍ର ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ନିକଟସ୍ଥ ଏକ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ, ହଠାତ ଦୁଇଟି ଭାଲୁ ବର୍ଷାଙ୍କୁ ଆକ୍ରମଣ କରି ଥିଲେ…ଭାଲୁ ଆକ୍ରମଣ ସମୟରେ ବର୍ଷା ଜୋରରେ ଚିତ୍କାର କରିବାରୁ ସ୍ୱାମୀ ଲାଲେନ ବର୍ଷା ନିକଟକୁ ଦୌଡ଼ି ଯାଇଥିଲେ.. ଓ ଭାଲୁର ସାମ୍ନା ସାମନି ହୋଇଥିଲେ.. ଭାଲୁ ଆକ୍ରମଣରେ ବର୍ଷା ଆହତ ହୋଇଥିବା ବେଳେ ବର୍ଷାଙ୍କ କାନ୍ଧ, ଗୋଡ଼ ଓ ହାତରେ ଶକ୍ତ ଆଘାତ ଲାଗିଛି…

ସ୍ତ୍ରୀ କୁ ରକ୍ଷା କରିବାକୁ ଯାଇ ଲାଲେନ ଙ୍କ ମଧ୍ୟ ହାତରେ ଶକ୍ତ ଆଘାତ ଲାଗିଛି.. ଉଭୟ ଚିକିତ୍ସା ପାଇଁ ଏକା ସହ ଉଦଳା ମେଡିକାଲରେ ଭର୍ତି ହୋଇଥିବା ବେଳେ ଉଦଳା ମେଡିକାଲରେ ଆସୁ ଚିକିତ୍ସା ପରେ ଉଭୟ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି…

Leave a Reply

Your email address will not be published. Required fields are marked *