ନିଜେ ସଚେତନ ହେଲେ ହିଁ ପରିବେଶ ସୁରକ୍ଷା ହେବ
ଛତ୍ରପୁର କୁ ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର କରିବା ନିମନ୍ତେ ଆଜି ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସର ରେ ପରିବେଶ ସୁରକ୍ଷା, ପ୍ରକୃତି କୁ ବଞ୍ଚାଇବା ଏବଂ ପ୍ଲାଷ୍ଟିକ ଓ ପଲିଥିନ କୁ ବର୍ଜନ କରିବା ଲକ୍ଷ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ରିଡିଙ୍ଗ ରୁମର ସମ୍ପାଦକ ତଥା ଆଇନଜୀବୀ ଵି. ଶ୍ରୀନିବାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ଵକ୍ତା ଭାବେ ପରିବେଶ ବିତ ସୁଧୀର ରାଉତ, ସମ୍ମାନିତ ଅତିଥି ଭାବେ ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, କ୍ୟୁୟର୍ସ ଅନୁଷ୍ଠାନ ର ସମ୍ପାଦକ ଅରୁଣ କୁମାର ଶତପଥି ଓ ଛତ୍ରପୁର ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ କହିବା ସହିତ ନିଜେ ପ୍ରଥମେ ସଚେତନତା ହିଁ କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଉପରେ ପହଁଚିପାରିବ ବୋଲି କହିଥିଲେ l
ଏହି ଅବସର ରେ ସମସ୍ତ ଙ୍କୁ ଶପଥ ପାଠ କରାଯିବା ସହିତ କନାର ବ୍ୟାଗ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କାଉନସିଲର ଦେବାଶିଷ ମିଶ୍ର, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ଅଜିତ କୁମାର ସେଠି, ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି ଓ ଡ଼ଃ ରାଜେନ୍ଦ୍ର ଦାଶ, ପ୍ରଧ୍ୟାପକ ଭି. ରାଜେନ୍ଦ୍ର ରାଜୁ , ଅଟଳ ବିହାରୀ ପଟ୍ଟନାୟକ, ସୁଧୀର ରଥ, ଏ. ରାବଣା ରାଓ, ଜି. ମଙ୍ଗେଶ୍ୱର ରାଓ ଙ୍କ ସମେତ ବହୁ କାଉନସିଲର, ବୁଦ୍ଧିଜୀବୀ, ସ୍ୱଚ୍ଛସାଥି, ସାନିଟାଈଜର ୱାର୍କର ଓ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଅରୁଣ ଶତପଥି ସଂଯୋଜନା କରିଥିବା ବେଳେ ସିମାଞ୍ଚଳ ନାହାକ, ଵି. ଶ୍ରୀନିବାସ, ଏ. ରାବଣା ରାଓ, କାଉନସିଲର ଦେବାଶିଷ ମିଶ୍ର ଓ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ପରିଚାଳନା ରେ ସହଯୋଗ କରିଥିଲେ l
