ଫୋକସ ପ୍ଲସ ର ମହାପ୍ରଭାଵ : ଦିବ୍ୟାଙ୍ଗ ପାଇଲେ ଅଧିକାର

ଫୋକସ ପ୍ଳସ ନିୟୁଜ୍‌ ଚ୍ୟାନେଲରେ ଖବର ପ୍ରସାରଣ ପରେ ଶେଷରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା। ଦୀର୍ଘ ଦିନ ଧରି ସରକାରୀ ସହାୟତା ପାଇଁ ଅପେକ୍ଷା କରୁଥିବା ୧୦୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶେଷରେ ଭର୍ତ୍ତା ମିଳିଛି। ସୂଚନା ଅନୁସାରେ, ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ଅନେକଥର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ିଥିଲେ ମଧ୍ୟ କୌଣସି ସହାୟତା ପାଇନଥିଲେ। ପରିବାରର ଆର୍ଥିକ ସ୍ଥିତି ଦୟନୀୟ ଥିବା ବେଳେ ଦୈନିକ ଜୀବନ ଚଲାଇବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଏହି ଅସହାୟ ଅବସ୍ଥାକୁ ଫୋକସ ପ୍ଳସ ନିୟୁଜ୍‌ ପ୍ରମୁଖତାର ସହ ଖବର ପ୍ରସାରଣ କରିଥିଲା। ଖବର ପ୍ରସାରଣ ପରେ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ସମ୍ବନ୍ଧିତ ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମରେ ଭର୍ତ୍ତା ମଞ୍ଜୁର କରାଯାଇଥିଲା। ଭର୍ତ୍ତା ପାଇବା ପରେ ପରିବାରରେ ଖୁସିର ଲହରି ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ହିଁ ପ୍ରଶାସନ ଚେତିଥିଲା।

ସେମାନେ ଫୋକସ ପ୍ଳସ ନିୟୁଜ୍‌ର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଅସହାୟ ଲୋକଙ୍କ ସମସ୍ୟା ଉଠାଇବାକୁ ଦାବି କରିଛନ୍ତି .

Leave a Reply

Your email address will not be published. Required fields are marked *