ସରକାରଙ୍କ ଯୋଜନା ବନ୍ୟାଞ୍ଚଳ ଚାଷୀ ମାନଙ୍କ ପାଇ ଉପହାସ ନୁହେଁ ତ ??
ସେତୁ ନିର୍ମାଣ କାର୍ଯ୍ୟକୁ ତଦାରଖ କରି ଦୃଢ଼ ପଦକ୍ଷେପ ନେବାକୁ ଗ୍ରାମ ବାସୀମାନେ ଦାବିକରିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ବଡ କିଆରୀ ଗ୍ରାମ ରାସ୍ତା ନିକଟରେ ଥିବା ଗଣିଆ ଶାଖା କେନାଲ ନଦୀ ଉପରେ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ଗ୍ରାମବାସୀ ମାନେ କରିଛନ୍ତି ବାରମ୍ବାର ଅଭିଯୋଗ । ହେଲେ ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ । ଏବେ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସୂଚନା ଯୋଗ୍ୟ ବାସୁଦେବପୁର ବ୍ଲକ୍ ଲୁଂଗା ଗ୍ରାମପଞ୍ଚାୟତ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ। ବନ୍ୟା ଯୋଗୁଁ ପ୍ରତି ବର୍ଷ ଚାଷୀ ଓ ଚାଷ ପ୍ରଭାବିତ ହେଉଥିବାରୁ ଗ୍ରାମ ବାସୀ ଙ୍କ ଦୀର୍ଘ ଦିନର ଦାବି କୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖା ପାଖି ପାଞ୍ଚ କୋଟି ଟଙ୍କା ବ୍ୟୟ ବରାଦ ରେ ବଡ କିଆରୀ ଠାରେ ଆରମ୍ଭ ହୋଇଥିଲା ସେତୁ ନିର୍ମାଣ କାର୍ଯ୍ୟ। ଚାଷୀ ମାନଙ୍କ ମନରେ ଭରି ଯାଇଥିଲା ଆନନ୍ଦ,ଭାବିଥିଲେ ବନ୍ୟା ଜଳ ନିଷ୍କାସନ ହୋଇପାରିବ। ମାତ୍ର ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ପରି ନିର୍ମାଣ ଚାଲି ଥିବା ବେଳେ ପୋଲ ଫାଟି ଆଁ କରିଛି। ପୋଲ ରେ ବାଲି ଫିଲିଙ୍ଗି ଜାଗାରେ ନଈ ରୁ କାଦୁଅ ମାଟି ଭର୍ତ୍ତି କରି ଉଠାଯାଉଛି ମୋଟା ଅଙ୍କର ଅର୍ଥ ଏଣେ ପୋଲ କାମ ଚୁଲିକୁ ଯାଉ। ଯନ୍ତ୍ରୀ ଓ ଠିକାଦାର ମାଲେ ମାଲ୍ ହେଲେ ସାଧାରଣ ଜନତା ଅଭିଯୋଗ କରି କରି ବେହାଲ।
