ଏସପି ଅଫିସ ଘେରିଲେ ସାମ୍ବାଦିକ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଏସ୍‌ପି ଅଫିସରେ ଧାରଣା ଦେଇଛନ୍ତି ସାମ୍ବାଦିକ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ କଳାମୁଗୁନି ପଥର ଖଣିରେ ବ୍ଲାଷ୍ଟିଂ ଘଟଣାର ସୂଚନା ମାଗିବାରୁ ଥାନା  ଅଧିକାରୀ ଧିରେନ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।ଏହି ଅଭିଯୋଗ ଉପରେ ଗତକାଲି ଜିଲ୍ଲା ସାମ୍ବାଦିକ ସଂଘ ଏସପିଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲା । ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି lଏହି ପୋଲିସ ଅଧିକାରି ଜଣକ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି .
 
ତେବେ ଏସପି କାର୍ଯ୍ୟାଳୟ ରେ ସାମ୍ବାଦିକ ମାନେ ପ୍ରାୟ ୨ଘଣ୍ଟା ରୁ ଅଧିକ ସମୟ ପ୍ରତିବାଦ କରି ବସିରହିଥିଲେ ମଧ୍ୟ ଏସପି ଅଭିନବ ସୋନକର କୌଣସି ଆଲୋଚନା କରିନଥିଲେ ବରଂ  ବହୁ ସଂଖ୍ୟାରେ ପୋଲିସ ମୃତୟନ କରି ନିଜ ଚାମ୍ବର ରେ ବସି ରହିଲେ ଯାହାକୁ ନେଇ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରି ଏସପି ଅଫିସ ରୁ ପଳାଇ ଆସିଥିଲେ ଏବଂ ପରବର୍ତ୍ତୀ ଆନ୍ଦୋଳନ ର ରୂପରେଖ ବିଷୟରେ ଆଲୋଚନା କରଥିଲେ |
 
 Fvo – ଏହି ଘଟଣା ବିଷୟରେ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ଏବଂ ଆବଶ୍ୟକ ପଡିଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ମତ ରଖିଛନ୍ତି ସାମ୍ବାଦିକ ସଂଘ .

Leave a Reply

Your email address will not be published. Required fields are marked *