ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନୂଆସାହି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର । କାଲି ରାତିରେ ଭଦ୍ରକରେ ଲୁଟ କରିବା ପାଇଁ ପ୍ରଫୁଲ୍ଲ ଜଣେ ସହଯୋଗୀ ସହ ଯୋଜନା କରୁଥିଲା । ଖବର ପାଇଁ ଚଢ଼ାଉ କରିଥିଲେ ଗ୍ରାମାଞ୍ଚଳ ପୁଲିସ । ହେଲେ ପୁଲିସକୁ ଦେଖି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ପାଲଟା ଗୁଳି ରେ ଆହତ ହୋଇଥିଲା ପପୁ । ଏନକାଉଣ୍ଟରରେ ପ୍ରଫୁଲ୍ଲ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ପ୍ରଫୁଲ୍ଲକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ତାର ସହଯୋଗୀ ସେଠାରୁ ଫେରାର ଫେରାର ହୋଇ ଯାଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ପଚିଶ ରୁ ଉର୍ଦ୍ଧ ମାମଲା ରହିଛି ପ୍ରପୂଲ୍ଲ ମଲ୍ଲିକ ଓରଫ ପପୁ ନାମ ରେ।ବିଶେଷ କରି ଘରେ ପଶି ଡକାୟତି କରିବା, ଏଟିମ. ଛୀନ୍ତାକି ଭଳି ବହୁତ ମାମଲା ରେ ଲିପ୍ତ ଥିବା ଜଣା ପଡିଛି। ଆଜି ସାମ୍ବାଦିକ ମାନଙ୍କୁ ଭଦ୍ରକ ଜିଲ୍ଲା ଏସ. ପି. ଶ୍ରୀ ମନୋଜ ରାଉତ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି। ଏଭଳିଆ ଚୋରୀ, ଡକାୟତି, ହତ୍ୟା,ଭଦ୍ରକ ଜିଲ୍ଲାର ରେ ଦିନ କୁ ଦିନ ବଢିବା ରେ ଲାଗିଗିଛି। ଏହି ଅପରାଧ କୁ ରୋକିବାକୁ ପୋଲିସ ର ଭୂମିକା ଗୁରୁତ୍ତର ରହିଛି।ଏଵେ ଭଦ୍ରକ ଜିଲ୍ଲାର ର ଅପରାଧୀ ମାନେ ସାବାଡ ହେବେ ବୋଲି ଯାହା ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ହେଉଛି।
