ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ଘଟଣାସ୍ଥଳରେ ଚାଲିଛି ପୋଲିସର ତଦନ୍ତ

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା ! ବରଗଡ଼ ଜିଲ୍ଲା ଆଗଲପୁରରେ ଚାଞ୍ଚଲ୍ୟକର ଘଟଣା । ଆଗଲପୁର ସମିତି ସଭ୍ୟଙ୍କ ଉପରକୁ ଗୁଳି ମାଡ଼ । ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ସିନାଜୋରୀ କେବାଡ଼ କେନାଲ ରୋଡ଼ରେ ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । କାର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି। ଡୁଙ୍ଗୁରିପାଲି ଓ ବରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଟଙ୍କା କାରବାରରୁ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *