ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ସୁଭଦ୍ରା ପୋର୍ଟାଲକୁ ନେଇ ବଡ଼ ଅପଡେଟ ଆସିଛି । ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବ । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଦୁଇ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । ୧ କୋଟି ୩ଲକ୍ଷ ମହିଳା ଏହାର ଲାଭ ପାଇଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ୧ରୁ ମାସେ ପାଇଁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ନୂଆ ଆବେଦନକାରୀ ମାନେ ପଞ୍ଜୀକୃତ କରିପାରିବେ ।

ସେହିପରି ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ମାସେ ପାଇଁ ଖୋଲିବ ପୋର୍ଟାଲ । ଯେଉଁ ହିତାଧିକାରୀମାନେ ଯୋଗ୍ୟ ସେମାନେ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ସେମାନଙ୍କ ପାଇଁ ସୁଯୋଗ । ଖାସ୍‌ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ । ସେମାନଙ୍କ ପାଇଁ ଖୁସିର ଖବର । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇସାରିଛନ୍ତି । ଯେଉଁମାନେ ଏହି ଟଙ୍କା ପାଇବା ପରେ ନିଜ ସ୍ୱାବଲମ୍ବୀ ହେବା ସହ ପରିବାରକୁ ସହଯୋଗ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *